ରାଇରଙ୍ଗପୁର: ଅସଲି ପୋଲିସ ହାତରେ ନକଲି ପୋଲିସ । ସୋସିଆଲ ମେଡିଆରେ ଭାଇରାଲ ହେଉଛି ଭିଡି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ମୁଖ୍ୟ ବଜାରରୁ ଜଣେ ନକଲି ପୋଲିସକୁ ଧରି ଥାନାରେ ଜିମା ଦେଲେ ସ୍ଥାନୀୟ ଲୋକେ । ରାଇରଙ୍ଗପୁର ଡେଲି ମାର୍କେଟ ଠାରେ ଜଣେ ବ୍ୟକ୍ତି ପୋଲିସ ପୋଷାକ ପିନ୍ଧି ବୁଲୁଥିବା ଦେଖି ସନ୍ଦେହ କରିଥିଲେ ଲୋକେ । ତାଙ୍କୁ ପଚାରିବାରୁ ସେ ନକଲି ପୋଲିସ ବୋଲି ଜଣାପଡିଥିଲା ।
ପରେ ତାଙ୍କୁ ଟାଉନ ଥାନାରେ ଜିମାଦେଇଥିଲେ ସ୍ଥାନୀୟ ଲୋକେ । ବ୍ୟକ୍ତି ଜଣକ କୁଳିଅଣା ଥାନା ଆମ୍ବଡାଳି ଗାଁର ପୂର୍ଣଚନ୍ଦ୍ର ମହାନ୍ତ ବୋଲି ଜଣା ପଡିଛି । ତାଙ୍କର ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିବା ବେଳେ ସେ ସମ୍ପର୍କୀୟ ଘର ଝାରଖଣ୍ଡ ଅଞ୍ଚଳ ଯାଉଥିଲେ । ପୋଲିସ ପୋଷାକଟି ବାରିପଦା ଅଞ୍ଚଳରୁ ପାଇଥିବା କହିଛନ୍ତି ପୂର୍ଣଚନ୍ଦ୍ର।
ଆହୁରି ପଢ଼ନ୍ତୁ : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ, ରେଡ୍ ବେଳେ ବାବୁଙ୍କ ୧୬ଟି ପ୍ଲଟ୍ ଠାବ