ନକଲି ପୋଲିସ ଇନ୍ସପେକ୍ଟର ଗିରଫ, ହୋମଗାର୍ଡରେ ଚାକିରି କରାଇଦେବା ନାଁରେ ମାଗୁଥିଲେ ଲାଞ୍ଚ

କଟକ : ନକଲି ପୋଲିସ ଇନ୍ସପେକ୍ଟର ଗିରଫ । ହୋମଗାର୍ଡରେ ଚାକିରି କରାଇଦେବା ନାଁରେ ମାଗୁଥିଲେ ଦେଢଲକ୍ଷ ଟଙ୍କା ଲାଞ୍ଚ । ନକଲି ପୋଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡ଼ୀ ଥାନା ପୋଲିସ । ନିଜକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସର ଜଣେ ଇନ୍ସପେକ୍ଟରର ପରିଚୟ ଦେଇ ହୋମଗାର୍ଡ ଚାକିରି ପାଇଁ ଆଶାୟୀ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ତ ଶିକାର ହେବା ନେଇ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ ଯୁବକ ।
ଏବେ ହୋମଗାର୍ଡ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବାର ସୁଯୋଗ ନେଇ ମାହାଙ୍ଗାର ଜିତାଂଶୁ ପରିଡା ନାମକ ଯୁବକଙ୍କୁ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଗୁଣ୍ଡିଚା ଟଙ୍କା ଠକି ନେଇଥିବା ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚାକିରି ଆଶାୟୀଙ୍କ ଭିତରେ ବିଶ୍ବାସ ଜନ୍ମାଇବା ପାଇଁ ଗୁଣ୍ଡିଚା ପୋଲିସ ଇନ୍ସପେକ୍ଟରଙ୍କ ୟୁନିଫର୍ମ, ପରିଚୟ ପତ୍ର ଓ ବ୍ୟାଚ ଆଦି ବ୍ୟବହାର କରୁଥିଲେ ।
ଏସବୁ ଜିନିଷ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ ଲାପଟପ, ୫ଟି ମୋବାଇଲ ଫୋନ୍ ଓ ଗୋଟିଏ ଚେକ୍ ବୁକ୍ ଜବତ କରିଛି ।
Also read: ନକଲି ପୋଲିସ ଡିଏସପିକୁ ବାନ୍ଧିଛି ଅସଲି ପୋଲିସ, କମିଶନରେଟ୍ ପୋଲିସ୍ ମାଡ଼ି ବସିଲା