ନକଲି ବରିଷ୍ଠ ପୋଲିସ ଅଧିକାରୀ ଗିରଫ: ଯୁବ ଗୋଷ୍ଠୀଙ୍କୁ ଡିଆଇଜି ପରିଚୟ ଦେଇ ଚାକିରି ଦେବା ନାରେ କରୁଥିଲା ଠକେଇ

ଘଟଗାଁ (କେନ୍ୟୁଜ): ନକଲି ବରିଷ୍ଠ ପଲିସ ଅଧିକାରୀକୁ ଗିରଫ କଲା ଘଟଗାଁ ପୋଲିସ । ଯୁବକ ଗୋଷ୍ଟିକୁ ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରି କରାଇଦେବା ନାଁ ଟଙ୍କା ନେଉଥିବା ଠକ ଶେଷରେ ଅସଲି ପୋଲିସ ଗିରଫ କରିବାରେ ସଫଳତା ପାଇଛି । ଅଭିଯୁକ୍ତ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଟ ପଲିସ କହିବା ସହ ଚାକିରି କରାଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ସୁଚନା ଦେଇଛି ।

ତେବେ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିବା ସହ ଘଟଗାଁର ଏକ ଲଜରେ ବରିଷ୍ଟ ପୋଲିସ ଅଧିକାରୀ ଯୁନିଫର୍ମ ରହିଥିବା ସମସୟରେ ଘଟଗାଁ ପୋଲିସ ଗିରଫ କରିଛି । ତେବେ ନିଜକୁ ଆପିଏସ ସ୍ଥରର ପୋଲିସ ଅଫିସର କହୁଥିବା ଯୁବକ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସିବା ସହ ଫସିଯାଇଛନ୍ତି ।

Leave A Reply

Your email address will not be published.