ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣକୁ ଅଟକ ରଖିଛି ଭଦ୍ରକ ପୋଲିସ

କେନ୍ୟୁଜ (ବ୍ୟୁରୋ): ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ । ଘଟଣାରେ ଜଣକୁ ଅଟକ ରଖିଛି ଭଦ୍ରକ ପୁରୁଣାବଜାର ପୋଲିସ । ଜବତ ଜର୍ଦ୍ଦାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭଦ୍ରକ ପୁରୁଣାବଜାର ଥାନା ଅଧିନସ୍ଥ ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା ଗଛିତ ଥିବା ପୋଲିସକୁ ଖବର ମିଳିଥିଲା । ଏହାସହ ଏକ ଜର୍ଦା କାରଖାନା ଥିବା ବି ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ପୋଲିସର ଏକ ଟିମ ଉକ୍ତ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଲୋଗୋ, ଜର୍ଦ୍ଦା ପତି ସହ କିଛି ଯନ୍ତ୍ରପାତି ଜବତ କରିଛି ପୋଲିସ । ଘଟଣାର ଅଧିକ ଖୋଳତାଡ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.