କଟକରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ, ବହୁ ପରିମାଣର ସାମଗ୍ରୀ ଜବତ

କଟକ: ନକଲି ଘିଅ,ସସ୍ , ମସଲା ପରେ କଟକରେ ପୁଣି ନକଲି କାରଖାନା ଠାବ ହୋଇଛି । ଆଜି ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା । ଏକ ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ଉ ବେଳେ ଏହା ସାମନାକୁ ଆସିଛି । କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦ୍ଦା କମ୍ପାନୀ ଚାଲିଥିଲା ।

ଚଢାଉ ସମୟରେ କମ୍ପାନୀରେ ବହୁ ପରିମାଣର ନକଲି ଜର୍ଦ୍ଦା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ଏନେଇ ଅଧିକ ଖୋଳତାଡ଼ ଚାଲିଥିବାବେଳେ, ବାରମ୍ବାର ଏଭଳି ନକଲି କାରଖାନା ଠାବ ହେବା ପୋଲିସ୍ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.