ଆଦିବାସୀ ବେଶରେ ନାଚିଲେ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି, ପାଦରେ ପାଦ ମିଶାଇଲେ ଛାତ୍ରଛାତ୍ରୀ ଓ କର୍ମଚାରୀ

ବାଲେଶ୍ୱର (କେନ୍ୟୁଜ): ବୋବାଲିଆ ନାଚରେ ନାଚିଲେ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି। ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀଙ୍କ ଆଦିବାସୀ ବେଶ ପୋଷାକରେ ନୃତ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକେଇଛି । ସମ୍ପୂର୍ଣ୍ଣ ଭାବେ ଆଦିବାସୀ ବେଶ ପୋଷାକରେ କୂଳପତି ନାଚିବା ସହ କୂଳପତିଙ୍କ ସହ ପାଦରେ ପାଦ ମିସେଇ ଥିଲେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ଉନୁରୁମ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ । ଖାଲି ସେତିକି ନୁହେଁ କୂଳପତିଙ୍କ ସହ ବିଶ୍ଵବିଦ୍ୟାଳୟର କର୍ମଚାରୀ ମାନେ ମନଭରି ନାଚିଥିଲେ । ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ ଜଣେ ଆଦର୍ଶ କୁଳପତି ଭାବେ ଯେତିକି ସୁନାମ ଅର୍ଜନ କରିଥିଲେ ଏ ଦୃଶ୍ୟ ବୟାନ କରୁଛୁ ସେ ଜଣେ ମେଳାପି,ସଂସ୍କୃତି ପ୍ରେମୀ ଓ ଲୋକପ୍ରିୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.