ଅଚଳ ହେଲା ପେଣ୍ଟୋଗ୍ରାଫ୍, ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍

ରାୟଗଡା: ପୁଣ ଅଟକିଲା ଟ୍ରେନ୍ । ଅଚଳ ହେଲା ପେଣ୍ଟୋଗ୍ରାଫ୍ । ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ । ରାଉରକେଲାରୁ ଜଗଦଳପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନର ପେଣ୍ଟୋଗ୍ରାଫ୍ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହୋଇଛି ।
କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋରରୁ ଏପରି ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମା ଠାରେ ଅଟକିଛି । ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।
ଆହୁରି ପଢନ୍ତୁ: ନାବାଳକ ଛାତିରେ ପଶିଲା ଲୁହା ଗ୍ରିଲ, ଏମ୍ସ ହସ୍ପିଟାଲରେ ଭର୍ତ୍ତି