ମହାକାଳପଡା: ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇ ଓ ବୋହୂର ହାତ ଗୋଡ ବାନ୍ଧି ଗାଁଦାଣ୍ଡରେ ଫୋଫାଡି ଦେଲା ବଡ଼ଭାଇ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡା ମହାକାଳପଡା ଥାନା ରାମକଣି ଗାଁରେ ଅଭାବନୀୟ ଘଟଣା । ଜମିବାଡି ବିବାଦରୁ ନିଜ ସାନଭାଇ ଓ ସାନ ବୋହୂର ହାତ ଗୋଡ ବାନ୍ଧି ଗାଁଦାଣ୍ଡରେ ଫୋଫାଡି ଦେଲା ବଡ଼ଭାଇ । ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଛି।