ଶୋଇଥିବା ବେଳେ ଜଳିଗଲେ ପରିବାର: ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର

ଝାରସୁଗୁଡ଼ା (କେନ୍ୟୁଜ): ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ଜଳିଗଲେ ସ୍ତ୍ରୀ । ସ୍ୱାମୀ ଓ ପୁଅ ଗୁରୁତର । ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଇଟାଭଟା ଲରିଆପଡ଼ାରେ ଘଟିଛି ଅଭାବନୀୟ ଘଟଣା ।

ଗତ ରାତିରେ ଶୋଇଥିବା ବେଳେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଟିକେଶ୍ୱର ଦେୱାନ, ତାଙ୍କ ପତ୍ନୀ ଶୀଳା ଦେୱାନ ଓ ୧୨ ବର୍ଷର ପୁଅ ବୀର ଦେୱାନ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲ ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୀଳା ଦେୱାନଙ୍କ ମୃତ୍ୟୁ ଘଟିଛି । ତେବେ ଘରେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ ।

ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟାରେ ଘଟିଥିବା ପଡୋଶୀ ମାନେ କହିଛନ୍ତି । ରାତିରେ ଘରେ ସମସ୍ତେ ଶୋଇଥିବାବେଳେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ସ୍ୱାମୀ ସ୍ତ୍ରୀ ଓ ପୁଅ ପୋଡି ଯାଇ ଗୁରୁତର ଆହତ ହେବାସହ ଘର ଥିବା ସମସ୍ତ ସାମଗ୍ରୀ ମଧ୍ୟ ପୋଡିଯାଇଛି । ପଡୋଶୀ ମାନେ ଆସି ନିଆଁକୁ ଆୟତ୍ତ କରିଥିବାବେଳେ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.