ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା: ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ଝିଅର ବାପଘର ଲୋକ

ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା । ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ବାପଘର ଲୋକ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଳି (କେନ୍ୟୁଜ): ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା । ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ବାପଘର ଲୋକ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗୋୖଡ଼ପାଟଣା ମୋୖଜାର ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ପରିବାରର ବିରୋଧ ସତ୍ତ୍ବେ ଉଭୟ ଗତକାଲି ମନ୍ଦିରରେ ବିବାହ କରିଥିଲେ । ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୂମଧାମରେ ବାଜା ବଜାଇବା ସହ ବାଣ ଫୁଟାଇଥିଲେ । କିନ୍ତୁ ବାହାଘରକୁ ବିରୋଧ କରିଛନ୍ତି ଝିଅର ପରିବାର । ଏପରିକି ଝିଅ ଦୀପାଞ୍ଜଳିକୁ ଶୁଦ୍ଧି ହୋଇଛନ୍ତି । ବଜାର ଉପରେ ଝିଅର ଫଟୋ ଲଗାଥ ଫୁଲମାଳ ପକାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗୋଟିଏ ପଟେ ପୁଅ ଘରେ ଭୋଜି ଭାତ ଚାଲିଥିବାବେଳେ ୨୦୦ ମିଟର ଦୂର ଝିଅ ଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

 

You might also like