ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିର ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ମାଆ ଛୁଆ ନିଖୋଜ ହୋଇଯାଇଛନ୍ତି । ଅପରାହ୍ନ ୫ଟା ୪୫ମିନିଟ ସମୟରେ ମହିଳା ଜଣଙ୍କ ଛୋଟ ଛୁଆକୁ ଧରି ପତ୍ରପୁର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ । ନିଖୋଜ ମହିଳାଙ୍କ ଘର ଆଳି ମହାସାହାଣୀ ଗାଁର କାଜଲ ମହାନ୍ତି ।
ଖବର ପାଇ ଆଳି ଓ ପଟାମୁଣ୍ଡାଇରୁ ଦମକଳ ବାହିନୀର ଦୁଇଟି ଟିମ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବର୍ତ୍ତମାନ ଖୋଜା ଖୋଜି ଜାରି ରଖିଛି । ହେଲେ ମାଆ ଓ ଛୋଟ ଛୁଆର ପତ୍ତା ମିଳିନାହିଁ । ପରିବାରିକ କଳହରୁ ମାଆ ତାର ଛୋଟଛୁଆ ଧରି ଜୀବନ ହାରିବାକୁ ଉଦ୍ୟମ କରିଥିବା କୁହାଯାଉଛି । ରାତି ହୋଇଯାଇଥିବାରୁ ବର୍ତ୍ତମାନ ଖୋଜା ଖୋଜି କରିବାରେ ଦମକଳ ବାହିନୀ ପାଇଁ କଷ୍ଟକର ହୋଇପଡିଛି ।
Also read :ଚାଲିଚାଲି ଯାଉଥିବାବେଳେ ପଛରୁ ଧକ୍କା ଦେଲା ବୋଲେରୋ, ମାଆ ଆଗରେ ଆଖିବୁଜିଲା ପୁଅ