ପାରିବାରିକ ଅଶାନ୍ତି: ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା’

ସାଲେପୁର : କଟକ ସାଲେପୁର ଜଗତପୁର ଥାନା ଅଧୀନ ଆତୋଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା । ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁଇ ବର୍ଷ ତଳେ ବିବାହ ହୋଇଥିବା ବେଳେ ଯୌତୁକ ପାଇଁ ଏଭଳି ହୋଇଥିବା ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସୁଚିଶ୍ମିତା ତାଙ୍କ ୩ମାସର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଜୀବନ ହରିବାକୁ ଉଦ୍ୟମ କରିଥିଲେ । ଚିତ୍କାର ଶୁଣି ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।  ମା ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଝିଅ ଟି କଟକ ସ୍ଥାନାନ୍ତର ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।