ଜଘନ୍ୟ ହତ୍ୟାକାଣ୍ଡ, ରାଗ ଜର୍ଜରିତ ହୋଇ ବାପାର ମୁଣ୍ଡ କାଟିଦେଲା ପୁଅ

ମୟୂରଭଞ୍ଜ : ବାପାର ମୁଣ୍ଡ କାଟିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଏପରି ବୀଭତ୍ସ କାଣ୍ଡ ହୋଇଛି । ବାପାର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁଅ । ଏପରିକି ମାଆକୁ ବି ହତ୍ୟା ଉଦ୍ୟମ କରିଥିଲା ପୁଅ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକ ହେଲେ ବାଇଧର ସିଂ (୭୦), ଅଭିଯୁକ୍ତ ସାନ ପୁଅ ଶମ୍ଭୁ ସିଂ(୪୦) ବୋଲି ଜଣାପଡିଛି ।

ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ଫେରା ମାରିଥିଲା ନୃଶଂସ ପୁଅ ।

ଅନ୍ୟପଟେ ପୁଅ ମାନସିକ ବିଚାର ଗ୍ରସ୍ତ ବୋଲି ସୂଚନା ମିଳିଛି ।  ମଙ୍ଗଳବାର ସକାଳୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମ ସମର୍ପଣ କରିଛି ।

 

ଆହୁରି ପଢନ୍ତୁ :  ଜଗତସିଂହପୁରରେ ଟ୍ରିପଲ ମର୍ଡର : ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା କଲା ପୁଅ