ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ତଣ୍ଟିଚିପି ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ ।

ଖବର ଅନୁସାରେ, ଗତକାଲି କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟର ପାରିବାରିକ କଳହ ଦେଖାଯାଇଥିଲା । ଏହାପରେ ସ୍ତ୍ରୀ ଅଞ୍ଜନା ସ୍ବାମୀକୁ ତଣ୍ଟିଚିପି ହତ୍ୟା କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ବଚସା ଆରମ୍ଭ ହୋଇଥିଲା ସେହି କାରଣ ବର୍ତ୍ତମାନ ସୁଦ୍ଧା ଜଣପଡ଼ି ନାହିଁ ।

 

ଆହୁରି ପଢ଼ନ୍ତୁ : ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କଲେ ବାପା ମା’