କେନ୍ଦୁଝର: ପ୍ରେମ ବିବାହକୁ ପୁରିଥିଲା ଦୁଇମାସ, ତଥାପି ଭଡାଟିଆ ଗୁଣ୍ଡା ଲଗାଇ ଝିଅକୁ ଉଠାଇନେଲେ ପରିବାର ଲୋକେ

ଆନନ୍ଦପୁର(କେନ୍ୟୁଜ୍): ପ୍ରେମ ବିବାହ କରି ପ୍ରାୟ ଦୁଇମାସ ହେବ ସ୍ବାମୀସହ ଶାଶୁଘରେ ରହୁଥିବା ଝିଅକୁ ଉଠାଇ ନେଇଛନ୍ତି ବାପଘର ଲୋକେ । ଝିଅକୁ ଉଠାଇ ନେବା ସମୟରେ ଶାଶୁ , ଶ୍ବଶୁର, ସ୍ବାମୀ ଓ ନଣନ୍ଦ ଙ୍କୁ ନିର୍ଧୁମ୍ ପିଟିଛନ୍ତି ବାପ ଘର ଲୋକେ। ତେବ ବୋହୁକୁ ଉଠାଇ ନେବାସମୟରେ ବାପ ଘର ଲୋକେ ଆଣିଥିବା ଜଣେ ଭଡାଟିଆ ଗୁଣ୍ଡା କୁ କାବୁକରି ପୋଲିସକୁ ହସ୍ତାନ୍ତର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନ ନାରଙ୍ଗପୁର ଗାଁରେ ।

ଗାଁର ଦିଲ୍ଲିପ୍ କୁମାର ପରିଡାଙ୍କ ପୁଅ ସମ୍ବିତ୍ ଅନୁଗୁଳ ଥାନା ଅମଲାପଡା ଅଞ୍ଚଳର ଅଶୋକ ବେହେରାଙ୍କ ଝିଅ  ଜ୍ୟୋତି ସହିତ ପ୍ରେମ ସମ୍ପର୍କ ପରେ କିଛିମାସ ତଳେ ପ୍ରେମ ବିବାହ କରି ଶାଶୁଘରେ ରହୁଥିଲେ । ହେଲେ ଝିଅ ଘର ଏହି ବାହାଘର ରେ ରାଜି ନଥିବା ରୁ ବାରମ୍ବାର ଝିକୁ ନେଇଯିବାର ଧମକ ଦେଉଥିଲେ । ଜ୍ୟୋତିର ପରିବାର ଓ ଭାଇ ଦୁଇଟି ଗାଡିରେ ଭଡାଟିଆ ଗୁଣ୍ଡାଙ୍କ ସହିତ ସମ୍ବିତଙ୍କ ଘରେ ପହଞ୍ଚି ଜୋର୍ ଜବରଦସ୍ତ ଝିଅକୁ ଉଠାଇନେବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଷିପୁରା ପୋଲିସ୍ ନିକଟରେ ଲିଖିତ ଅଭିଯୋଗ ଓ ଅଟକ ଗୁଣ୍ଡାର ବୟାନକୁ ଆଧାରକରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.