ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ଆଦିତ୍ୟଙ୍କ ବାପାମାଆ ଓ ସମର୍ଥକଙ୍କ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ୟୁଜ୍(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି। ସନ୍ଦେହଜନକ ମୃତ୍ୟୁର CBI ତଦନ୍ତ କରିବାକୁ ଆଦିତ୍ୟଙ୍କ ବାପାମାଆ ଓ ସମର୍ଥକମାନଙ୍କ ଦାବି ଜଣାଇଛନ୍ତି। ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି। ଘଟଣାକୁ ୨ମାସ ବିତି ସାରିଥିଲେ ମଧ୍ୟ ମାମଲା ଉପରୁ ପରଦା ହଟିପାରୁନାହିଁ।
କମିସନରେଟ ପୋଲିସ, ଜିଆରପି ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ରହିଛି। ହେଲେ ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଉପରୁ ଆସ୍ଥା ହରାଇ ବସିଛନ୍ତି ଆଦିତ୍ୟଙ୍କ ବାପାମା ଓ ସମର୍ଥକ। ଏହାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ରାଜ୍ୟପାଳଙ୍କ ଠାରେ ଦାବି କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ଭେଟି ଦାବିପତ୍ର ଦେଇଛନ୍ତି। ସିବିଆଇକୁ ମାମଲାର ତଦନ୍ତ ନିର୍ଦ୍ଦେଶ ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ଆଦିତ୍ୟଙ୍କ ସମର୍ଥକ।