ମୁଣ୍ଡଳି ଡଙ୍ଗା ବୁଡ଼ି ଘଟଣା: ମୃତ ସୀତାରାମ ମୁର୍ମୁଙ୍କୁ ସହିଦ ସମ୍ମାନ ଦେବାକୁ ଦାବି, ଶେଷକୃତ୍ୟ କରିନାହାନ୍ତି ପରିବାର ଲୋକ

କରଞ୍ଜିଆ(କେନ୍ୟୁଜ୍):  ସୀତାରାମ ମୁର୍ମୁ ଝୁରୁଛି ନିଜ ଗାଁ ମାଟି ।  ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ନିଜ ଜୀବନକାଳ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ବ ଜୀବନ ବଞ୍ଚେଇ ଥିବା ଏହି ବୀର ଯବାନ ମହାନଦୀରେ ହାତୀକୁ ବଞ୍ଚାଇ ବାକୁ ଯାଇ  ନିଜେ ସହିଦ ହୋଇ ଗଲେ । ଓଡିଶା ମାଟିର ଏଭଳି ଭଳି ଜଣେ ବୀର ପୁତ୍ରକୁ ହରାଇ ଗାଁ ଲୋକେ ଝୁରୁଛନ୍ତି । ସେ ୧୮ ବର୍ଷରୁ ପୋଲିସ ଚାକିରୀ ଆରମ୍ଭ କରିଥିଲେ ।  ତାଙ୍କର କାର୍ଯ୍ୟ ଦେଖି ଓଡ୍ରାଫ ଟିମରେ ସାମିଲ କରିଥିଲେ ସରକାର ।

sitaram2

ଡଙ୍ଗାବୁଡି ପରେ  ଗତକାଲି ମହାନଦୀରୁ ମୃତ ଦେହ ଉଦ୍ଧାର କରାଯାଇଥିଲା ।  ତାଙ୍କର ମୃତ ଶରୀରକୁ ଗତକାଲି ବିଳମ୍ବିତ ରାତ୍ରରେ  ନିଜ ଗାଁ ଠାକୁରମୁଣ୍ଡା ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ତରମରା ପଞ୍ଚାୟତ ଡ଼କାଇପାଳ ଗାଁ ମୁକ୍ତାଝରୀ ସାହିକୁ ଅଣାଯାଇଛି । ଗାଁରେ ଏବେ ଶୋକାକୁଳ ପରିବେଶ ଖେଳିଯାଇଛି । ଗାଁରେ ଛୁଆରୁ ବୁଢା ସମସ୍ତେ କାନ୍ଦୁଛନ୍ତି । ତାଙ୍କର ବୁଢା ବାପା ଝୁରୁଛି ନିଜ ପୁଅକୁ ହରେଇ । ୧୨ ବର୍ଷର ପୁଅ ୪ ବର୍ଷ ଝିଅ ବାପ ଛେଉଣ୍ଡ ହେଇଗଲେ । ମୃତ ବରଣ କରିଥିବା ସୀତାରାମଙ୍କୁ ସହିଦ ଘୋଷଣା ,ଅନୁକମ୍ପା ରାଶି ପ୍ରଦାନ ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ଘୋଷଣା  କରିବାକୁ ଦାବି କରିଛନ୍ତି  ପରିବାର ଲେକ । ସରକାର ଘୋଷଣା ନକଲା ପର୍ଯ୍ୟନ୍ତ  ଶେଷକୃତ୍ୟ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ତାଙ୍କ ବଡ଼ ଭାଇ ସୂଚନା ଦେଇଛନ୍ତି   ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.