ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ମାଲିକଙ୍କ ଘର ସାମ୍ନାରେ ମୃତଦେହ ରଖି ଧାରଣା ଦେଲେ ପରିବାର

ଭୁବନେଶ୍ବର(କେନ୍ୟୁଜ୍):ମୃତଦେହ ରଖି ଧାରଣା। ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ ପ୍ରତିବାଦରେ ଘର ମାଲିକଙ୍କ ଘର ସାମ୍ନାରେ ମୃତଦେହ ରଖି ଧାରଣା। ମୃତକ ହେଲେ ଶଙ୍କର ମହାରଣା।
ଶଙ୍କର ଭୁବନେଶ୍ୱର ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତିରେ ପରିବାର ସହ ରହୁଥିଲେ। ଗତ ବୁଧବାର ଗାଡି ମାଲିକଙ୍କୁ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ। ହେଲେ ପରିବାରଲୋକେ ବାରମ୍ବାର ଫୋନ୍ କରିବାରୁ ଶଙ୍କର ଫୋନ୍ ନଉଠାଇବାରୁ ସନ୍ଦେହ ବଢିଥିଲା। ଗାଡି ମାଲିକ ଶଙ୍କରଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ମୃତଦେହ ରଖି ପରିବାରଲୋକେ ଧାରଣାରେ ବସିଛନ୍ତି।