ଖୋର୍ଦ୍ଧା ଧଉଳମୁହଁରେ ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଘଟଣା: ରହସ୍ୟ ଖୋଲିଲେ ପରିବାର ଲୋକ

ଖୋର୍ଦ୍ଧା(କେନ୍ୟୁଜ୍): ପୁଅ ଆତ୍ମହତ୍ୟାର ରହସ୍ୟ ଖୋଲିଲେ ପରିବାର ଲୋକ । ଖୋର୍ଦ୍ଧା ଜିଲ୍ଲା ଧଉଳମୁହଁରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୌମ୍ୟରଞ୍ଜନ ପରିଡ଼ାଙ୍କ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଝିଅକୁ ପ୍ରେମ କରୁଥିଲେ ସୌମ୍ୟ । ସାଙ୍ଗର ବାହାଘର କଥା କହି ସେହି ଝିଅ ବେଙ୍ଗାଳୁରୁରୁ ସୌମ୍ୟଙ୍କୁ ଡକାଇଥିଲେ । ମିଛ କହିଥିଲେ ସଂପୃକ୍ତ ଯୁବତୀ । ନିଜେ ସେଦିନ ବାହା ହେଉଥିଲେ ।

ପ୍ରେମିକାକୁ ବାହା ହେଉଥିବା ଦେଖି ସହି ପାରି ନଥିଲେ ସୌମ୍ୟ । ଦୁଇ ଦିନ ମାନସିକ ଚାପରେ ରହିବା ସହ ସୋସିଆଲ୍‌ ମିଡିଆରେ ଦୁଃଖଭରା ଷ୍ଟାଟସ୍‌ ରଖୁଥିଲେ । ଶେଷରେ ପ୍ରେମିକାର ଧୋକା ଓ ପ୍ରତାରଣା ସହି ନପାରି ପୁଅ ଆତ୍ମହତ୍ୟାର ବାଟ ବାଛିନେଲା ବୋଲି ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଭାଇକୁ ଝିଅର ଫୋନ୍‌ ନମ୍ବର ଦେଇ ମୃତ୍ୟୁ ଖବର ଦେଇ ଦେବାକୁ କହିଥିଲେ ସୌମ୍ୟ । ସେହି ଝିଅ ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଅଭିଯୁକ୍ତକୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ଗତ ୨୦ ତାରିଖରେ ସେ ଆତ୍ମହତ୍ୟା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.