ଭୀମଭୋଇ ମେଡିକାଲ କଲେଜରେ ଛାତ୍ରଙ୍କ ମୃତ୍ୟୁ ଘଟଣା:ନିର୍ଯାତନା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଖସି ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ଲୋକଙ୍କ ସଂଗୀନ ଅଭିଯୋଗ । ହଷ୍ଟେଲରେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। କଲେଜ ପରିସରରେ ମୃତକଙ୍କ ପରିବାର ପହଞ୍ଚିବା ପରେ ଏହା କହିଛନ୍ତି । ଗତକାଲି ହଷ୍ଟେଲ ଛାତରୁ ଖସି ଏମବିବିଏସ୍‌ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ହେବ । ମୃତକ ହେଲେ ହରିୟାଣାର ନିଶାନ୍ତ କୁମାର । ସେ ପ୍ରାୟ ୧୦ଦିନ ହେବ ହଷ୍ଟେଲକୁ ଆସିଥିଲେ ।

ଗତକାଲି ସାତ ମହଲା କୋଠାରୁ ଖସି ପଡିଛନ୍ତି ଏମଵିବିଏସ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।  ଛାତ୍ର ଜଣକ ଆତ୍ମହତ୍ୟା କରିଛି ନାଁ କିଏ ଠେଲି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।ଆଜି ଶବ ବ୍ୟବଚ୍ଛେଦ ହେବ ।  ମୃତକ ଛାତ୍ର ଜଣକ ହେଲେ ହରିୟାଣାର ନିଶାନ୍ତ କୁମାର । ପ୍ରଥମ ବର୍ଷ ରେ ପାଠ ପଡୁଥିଲେ । ସେ ପ୍ରାୟ ୧୦ ଦିନ ହେବ ମେଡିକାଲ କଲେଜ ହଷ୍ଟେଲରକୁ ଆସିଥିଲେ । ଵଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରୁଛି । ଆଜି ମୃତକ ପରିବାର ସଦସ୍ୟ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ  ହେବା ସହ ପରିବାର ସହିତ ଆଲୋଚନା କରି ପୋଲିସ ଏହି ଘଟଣାର କାରଣ ଖୋଜିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.