ସମ୍ବଲପୁରୀ କଳାକାର ରୁକ୍ସାନା ବାନୋଙ୍କ ମୃତ୍ୟୁ ମାମଲାରେ ଏଫଆଇଆର

ସମ୍ବଲପୁରୀ କଳାକାର ରୁକ୍ସାନା ବାନୋଙ୍କ ମୃତ୍ୟୁ ମାମଲାରେ ଏଫଆଇଆର । ରୁକ୍କାନାଙ୍କ ମୃତ୍ୟୁର ୫ ଦିନ ପରେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ରୁକ୍ସାନାଙ୍କ ମା ଓ ଭଉଣୀ  । ସମ୍ବଲପୁରୀ ଗାୟକ ରୁକୁ ସୁନା, ଏଲେକ୍ସ, ଜିତୁ ସୁନାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେହିପରି ବରଗଡ଼ର ଏକ ଘରୋଇ ହସ୍ପିଟାଲ ନାଁରେ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି  ।

ଚିକିତ୍ସା ଅବହେଳା ପାଇଁ ଗାୟକ ରୁକୁ ସୁନାଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି । ବଲାଙ୍ଗିରରେ ଏକ ସୁଟିଂ ବେଳେ ରୁକ୍ସାନାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ରୁକ୍ସାନାଙ୍କ ମା । ବଲାଙ୍ଗିର ବସଷ୍ଟାଣ୍ଡର ସିସିଟିଭି ଫୁଟେଜ୍, ରୁକ୍ସାନାର ଫୋନ୍ କଲ୍ ରେକର୍ଡ, ରୁକୁ ସୁନା, ଏଲେକ୍ସ, ଜିତୁ ସୁନା ଓ ଆଲବମ ସୁଟିଂରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଫୋନ୍ କଲ ରେକର୍ଡ ଯାଞ୍ଚ କରିବା ସହ ସେମାନଙ୍କୁ ଜେର କଲେ ସତ ସାମ୍ନାକୁ ଆସିବ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ରୁକ୍ସାନାଙ୍କ ମାଆ । ଚିକିତ୍ସାଧୀନ ଅବସ୍ଥାନରେ ଭୁବନେଶ୍ବରରେ ରୁକ୍ସାନାଙ୍କ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like