ଶ୍ୱେତାକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ ପରିବାର ଲୋକ, ୪ ସାଙ୍ଗଙ୍କ ସମ୍ପର୍କରେ ଦେଲେ ତଥ୍ୟ

ଭୁବନେଶ୍ବର(କେନ୍ୟୁଜ୍): ୬ ଦିନ ପରେ ବି ଶ୍ୱେତା ସୁଇସାଇଡ୍‌ ଓ ସସପେନ୍ସ ଉପରୁ ହଟିନି ପରଦା । ଝିଅକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ ତାଙ୍କ ପରିବାର ଲୋକ । ତାଙ୍କ ବାପା, ମାଆ ଓ ଭାଇ ଡିସିପିଙ୍କୁ ଭେଟିଛନ୍ତି । ଶ୍ୱେତାଙ୍କୁ ନ୍ୟାୟ ପାଇଁ ଡିସିପିଙ୍କୁ ଭେଟି ଅନୁରୋଧ କରିଛନ୍ତି ତାଙ୍କ ବାପା । ସୌମ୍ୟଜିତ ଓ ଶ୍ୱେତାଙ୍କ ସମ୍ପର୍କ ବାବଦରେ ଜାଣିଥିବା ୪ ସାଙ୍ଗଙ୍କ ସମ୍ପର୍କରେ ସେମାନେ ଡିସିପିଙ୍କୁ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ସେହି ୪ ଜଣ ସାଙ୍ଗଙ୍କୁ ପଚରାଉଚରା କରିବ ପୋଲିସ ।

ସେପଟେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ଏଯାଏ ପୋଲିସ ନିକଟରେ ହାଜର ହୋଇ ନାହାନ୍ତି । ଶ୍ୱେତାଙ୍କ ମୃତ୍ୟୁ ପରେ ଭୁବନେଶ୍ୱରରେ ଥିଲେ ସୌମ୍ୟଜିତ୍‌ । ସେଦିନ ଏକ ହୋଟେଲରେ ସୌମ୍ୟଜିତ ଥିବା ସୂଚନା ଦେଇଛି ପୋଲିସ । ସେହି ହୋଟେଲକୁ ଯାଇ ଆଜି ଛାନଭିନ୍‌ କରିପାରେ । ହୋଟେଲରେ ଲାଗିଥିବା CCTVକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.