ଶତାୟୁ ବୃଦ୍ଧାଙ୍କ ଶେଷକୃତ୍ୟରେ ଡିଜେ ଶୋଭାଯାତ୍ରା କଲେ ପରିବାର ଲୋକ, ନିଆରା ଢଙ୍ଗରେ ଦେଲେ ବିଦାୟ

ସୁନ୍ଦରଗଡ଼(କେନ୍ୟୁଜ୍): କାହାରି ମୃତ୍ୟୁ ହେଲେ ପରିବାର ତଥା ସମ୍ପର୍କୀୟ ଭାଙ୍ଗି ପଡନ୍ତି,କାନ୍ଦ ବୋବାଳିରେ ଫାଟିପଡେ ମାତ୍ର ଏଠି ଜଣେ ଶତାୟୁଙ୍କ ମୃତ୍ୟୁ  ପରେ କାନ୍ଦ ବୋବାଳି ନୁହେଁ  ବରଂ ଡିଜେ ବାଜା ବଜାରେ ନାଚି ନାଚି ଶବ ଶୋଭାଯାତ୍ରା କରାଯାଇଛି। ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାରେ ।

ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧା ମହିଳା  ୧୧୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ତେବେ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ଖୁସିରେ ତାଙ୍କ ପରିବାର ତଥା ସମ୍ପର୍କୀୟ ମାନେ ଗାଁ ରାସ୍ତାରେ ଡିଜେ ବଜାଇ ନାଚି ନାଚି ଯାଇ ଶବ ସଂସ୍କାର କରିଥିଲେ। ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ଅନ୍ତିମ ବିଦାୟ ଦେଇଥିବା ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.