ବୁଡିବାକୁ ବସିଛି ଲୁହୁରା ସମ୍ପ୍ରଦାୟର କୌଳିକ ବୃତ୍ତି, ବଞ୍ଚାଇ ରଖିବାକୁ ଲୋଡା ସରକାରୀ ସହାୟତା

କଂଟାବାଞ୍ଜି(କେନ୍ଯୁଜ୍) : ଦିନ ଥିଲା ଲୁହାରେ ତିଆରି ଜିନିଷର ଚାହିଦା ବେଶ୍ ଅଧିକ ଥିଲା । ଯେ କୌଣସି କାମରେ ଲୁହା ତିଆରି ଜିନିଷର ବ୍ଯବହାର କରାଯାଉଥିଲା । ହେଲେ ଦିନକୁ ଦିନ ଯାନ୍ତ୍ରିକ ଜିନିଷର ଚାହିଦା ଓ ବ୍ଯବହାର ବଢିବା କାରଣରୁ ଏବେ ଦିନକୁ ଦିନ ଲୁହା ତିଆରି ଜିନିଷର ବ୍ଯବହାର ଅତୀତ ହେବାକୁ ବସିଲାଣି । ଯାହାଦ୍ବାରା ଏବେ ଭାଗ୍ଯକୁ ଆଦରି ଦିନ କାଟୁଛନ୍ତି ଏହି ଲୁହୁରା ସମ୍ପ୍ରଦାୟର ଲୋକ ।

ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ସାଲେପଡା ଗାଁରେ ରହନ୍ତି ପ୍ରାୟ ୨୦ଟି ଘର ଲୁହୁରା ପରିବାର । ପୂର୍ବପୁରୁଷ ଅମଳରୁ ନିଜ ବେଉସା ଅନୁସାରେ ଲୁହାରେ ତିଆରି ଟାଙ୍ଗିଆ ,ବାରିସି , ଦାଆ ,କଟୁରୀ ,ନଗଳ,ଝରା,ପନିକି,ହେମଦସ୍ତା ଆଦି ବିଭିନ୍ନ ଜିନିଷ ତିଆରି କରି ନିଜ ଜୀବନ ଜୀବିକା ଚଲାଇ ଆସୁଛନ୍ତି । ଭଳିକି ଭଳି ଘରକରଣା ସାମଗ୍ରୀ ତିଆରି କରିବାରେ ଏମାନେ ବେଶ ସିଦ୍ଧହସ୍ତ । ହେଲେ ଏମାନଙ୍କ ବୃତି ଏବେ ସଙ୍କଟରେ । ଧିରେଧିରେ ବନ୍ଦ ହେବାକୁ ବସିଲାଣି ଏମାନଙ୍କ ହାତ ତିଆରି ଜିନିଷର ଚାହିଦା। ବଜାରରେ ଯାନ୍ତ୍ରିକ ଜିନିଷ, ଭଳିକି ଭଳି ଷ୍ଟିଲର ସାମଗ୍ରୀ , ଦିନକୁ ଦିନ କୋଇଲା ମିଳିବାରେ ଅସୁବିଧା, ଆଦି ବିଭିନ୍ନ ସମସ୍ଯା କାରଣରୁ ଏହି କାରିଗର ମାନେ ଦିନ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ସରାକାରୀ ପ୍ରୋତ୍ସାହନ ନମିଳିବା ସହ ଅଧିକ କିଛି ଲାଭ ହେଉନଥିବାରୁ ନିଜ ବେଉସା ଛାଡି ଏବେ ବାହାରକୁ ମୂଲ ଲାଗିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଏହି ଲୁହୁରା ସମ୍ପ୍ରଦାୟର ଲୋକେ।

luhura

ଅନ୍ଯପଟେ ଏହି ଲୁହୁରା କାରିଗର ମାନେ ଏକ ସୁନ୍ଦର କଳାକୁ ବଂଚାଇ ରଖିଥିଲେ ମଧ୍ଯ, ଏମାନଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନଥିବା କାରିଗର ମାନେ ଅଭିଯୋଗ କରୁଛନ୍ତି । ସରକାର କୌଣସି ପ୍ରକାର ଋୁଣ ଯଦି ଦିଅନ୍ତେ ତେବେ ସେମାନେ ନିଜର ବୃତିକୁ ବଜାଇ ରଖିପାରନ୍ତେ ଓ ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି କହିଛନ୍ତି । ଏହାସହିତ ଦିନକୁ ଦିନ ଲୁହାର ଦର ଦାମ ବଢିବା ସହ କୋଇଲା ନ ମିଳିବାରୁ ଏମାନେ ଏବେ ଏହି କାମରୁ ମୁହଁ ଫେରାଇ ନେଉଛନ୍ତି । ତେବେ ଏ ବିଷୟରେ ମୁରିବାହଲ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ଓଡିଶା ଜୀବିକା ମିଶନରେ ଯେଉଁ ସବୁ ସରକାରୀ ପ୍ରୋତ୍ସାହନ ଅଛି ସେ ସବୁ ଯୋଜନାରେ ଏମାନଙ୍କୁ ସାମିଲ କରିବା ସହ ଲୁହା ଶାଳ ତିଆରି କରିବାର ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ।

luha

ଆଧୁନିକତାର ପ୍ରଭାବରେ ଦିନ କୁ ଦିନ ଲୁଚି ଯାଉଛି ଲୁହୁରା ମାନଙ୍କ ପରମ୍ପରା । ଯଦି କୌଣସି ପ୍ରକାରର ସରକାରୀ ପ୍ରୋସାହନ ,ମାନଙ୍କୁ ମିଳନ୍ତା , ତେବେ ଏହି କାରିଗର ମାନେ ନିଜ କୌଳିକ ବୃତିକୁ ବଞ୍ଚାଇ ରଖିବା ସହ ଦିପଇସା ରୋଜଗାର କରି ପେଟ ପୋଷିପାରନେ୍ତେ ଏଥିରେ ଦ୍ବନ୍ଦ ନାହିଁ।

 

କଂଟାବାଞ୍ଜିରୁ ଦୀପକ ଯାଦବଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.