ପ୍ରେମିକାର ଘର ଆଗରେ ପ୍ରେମିକର ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ

ଦଶପଲ୍ଲା: ଦଶପଲ୍ଲା ଥାନା କୁଞ୍ଜବନଗଡ କନ୍ଦିସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଅପମାନ ସହି ନ ପାରି ଜୀବନ ହାରିଲେ ଯୁବକ । ସୂଚନା ଅନୁସାରେ ଗ୍ରାମର ମନୋମୋହନ ମହାପାତ୍ରଙ୍କ ପୁଅ ଶୁଭମ ମହାପାତ୍ର ପ୍ରେମିକାଙ୍କୁ ଚିଠି ଦେଇ ଧରା ପଡ଼ିଥିଲେ ।

ପ୍ରେମିକ କମ୍ପ୍ୟୁଟର କ୍ଲାସ ଯାଇଥିବା ବେଳେ ପ୍ରେମିକକୁ ଡ଼ାକି ପ୍ରେମିକାର ପରିବାର ଲୋକେ ମାଡ଼ ମାରିଥିବା ସହ ଅସହ୍ୟ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ଏହାକୁ ସହ୍ୟ ନକରି ପାରି ଶୁଭମ୍ ବିଷ ପିଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ କରିଛନ୍ତି ଶୁଭମ୍ ଙ୍କ ପରିବାର ଲୋକେ ।

ମୃତ ଶୁଭମ୍ ର ଶବକୁ ନେଇ ଝିଅ ଘର ସାମ୍ନାରେ ପକାଇ ନ୍ୟାୟ ଦାବି କରିଛନ୍ତି ଶୁଭମ୍ ର ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ କରୁଛି । ଅନ୍ୟପଟେ ବର୍ତ୍ତମାନ ସୁଧା ଝିଅଘର ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

 

You might also like