ରକ୍ତ ବି ହେଲାନି ନିଜର, କରୋନା ସନ୍ଦେହରେ ଜରିରେ ଗୁଡ଼ାଇ ରାସ୍ତା କଡରେ ଫୋପାଡିଦେଲେ ପରିବାର

ରାଉରକେଲା : କେମିତିକା ପରିବାର। ବୟସକୁ ତ ଦେଖନ୍ତୁ କେମିତି ଏମିତି କରିପାରୁଛନ୍ତି ପରିବାର ଲୋକେ। ସବୁକିଛି ବଦଳାଇଦେଲା କରୋନା। ନିଜ ପରିବାର ଭାଇ ବନ୍ଧୁଙ୍କ ଠାରୁ ଅଲଗା କରୁଛି କରୋନା। ଏ ଏମିତି ରୋଗ ଯେ ମଣିଷକୁ ଅତି ଘୃଣ୍ୟ ଭାବରେ ଦେଖୁଛି ସମାଜ।

ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଜରିରେ ଘୋଡାଇ ରାଉରକେଲା ସହରର ଟ୍ରାଫିକ ମାର୍କେଟ ନିକଟସ୍ଥ ରାସ୍ତା କଡ଼ରେ ପକାଇ ସମ୍ପର୍କୀୟ ଫେରାର ହୋଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ଦିନ ରାତି ସାଢେ ୧୧ଟା ସମୟରେ ଏକ କାରରେ ବୃଦ୍ଧଙ୍କୁ ଜରିରେ ଘୋଡାଇ ଆଣି ରାସ୍ତା କଡ଼ରେ ପକାଇ ଦେଇ ଚାଲିଯାଇଥିଲେ । ନିକଟରେ କିଛି ଫଳମୂଳ ସହ ଖୁଚୁରା ପଇସା ପକାଇ ଦେଇ ସମ୍ପର୍କୀୟ ମାନେ ଚାଲି ଯାଇଥିଲେ । ବୃଦ୍ଧ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହରେ ସମ୍ପର୍କୀୟ ରାସ୍ତାରେ ପକାଇ ଦେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।

OLD MANପରଦିନ ସକାଳୁ ଜଣେ ଟ୍ରାଫିକ୍ କନଷ୍ଟେବଳ, କିଛି ସ୍ଥାନୀୟ ବାସିନ୍ଦା ଓ ସ୍ବେଛାସେବୀ ଵୃଦ୍ଧକୁ ଉଦ୍ଧାର କରିଥିଲେ । ପଚରାଉଚରା କରିଥିଲେ କିନ୍ତୁ ଠିକ ଭାବରେ ଓଡିଆ କହିପାରୁନାହାନ୍ତି ବୃଦ୍ଧ। ତେବେ ପରବର୍ତ୍ତୀ ସମୟରେ ଆମ୍ବୁଲାନ୍ସରେ ନେଇ ରାଉରକେଲା ସହରର ଟିମ୍ବର କଲୋନୀରେ ଥିବା ଶାନ୍ତି ଭବନରେ ପହଁଚାଇଥିଲେ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.