ମାତ୍ର ୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଭିତରେ କଳି, ଜୀବନ ହାରିଲେ ମହିଳା

ଜଳେଶ୍ୱର : ମାତ୍ର ୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଭିତରେ କଳି ।  ବିଷ ପିଇ ଜୀବନ ହାରିଲେ ମହିଳା ।  ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ ।  ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୋବରଘୋଟି ଗାଁର ଘଟଣା। ମୃତ ମହିଳାଙ୍କ ନାଁ ରିଙ୍କି ।

ଅଭିଯୋଗ ଅନୁସାରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହେଉଥିଲା ।  ଗତକାଲି ସଂଧ୍ୟାରେ କିଛି କିଣିବା ପାଇଁ ରିଙ୍କି ତାଙ୍କ ସ୍ବାମୀ ଜଗନଙ୍କୁ ୨୦ ଟଙ୍କା ମାଗିଥିଲେ ।  ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ।  କିଛି ସମୟ ପରେ ଘରେ ଥିବା କୀଟ ନାଶକ ପିଇ ରିଙ୍କି ଜୀବନ ହାରିଥିବା ଅଭିଯୋଗ ହୋଇଥିଲା ।  ତେବେ ମୃତ ରିଙ୍କିଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।  ହତ୍ୟା ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ :  ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ, ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ