ଯାଜପୁରର ପ୍ରସିଦ୍ଧ ୧୮ତମ ଧର୍ମଶାଳା ମହୋତ୍ସବ ଉଦ୍‌ଘାଟିତ

ଯାଜପୁର(କେନ୍ୟୁଜ୍):ଯାଜପୁରର ପ୍ରସିଦ୍ଧ ୧୮ତମ ଧର୍ମଶାଳା ମହୋତ୍ସବ ଉଦ୍‌ଘାଟିତ । ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମହୋତ୍ସବକୁ ଉଦଘାଟନ କରିଥିଲେ । ଧର୍ମଶାଳା ମାଟିରେ ଅନେକ ଇତିହାସ ଲୁଚି ରହିଥିବା ବେଳେ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

jajpur dharmasala

ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଏହି ମହୋତ୍ସବ କଳା, ସାହିତ୍ୟ ଓ ସଂସ୍କୃତିକୁ ଗୋଟିଏ ମଞ୍ଚରେ ବାନ୍ଧି ରଖିପାରିଛି ବୋଲି କହିଥିଲେ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଛନ୍ତି ଯେ, ଧର୍ମଶାଳା ମହୋତ୍ସବ ଅଞ୍ଚଳବାସୀଙ୍କ ପାଇଁ ଏକ ଗଣପର୍ବରେ ପରିଣତ ହୋଇଛି । ପରେ ପରେ ପୁରୀର ଲିଙ୍ଗରାଜ କଳାନିକେତନ ଓ ଚଣ୍ଡିଖୋଲର ବିଣାପାଣୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଧର୍ମଶାଳା ମହୋତ୍ସବ ପୂଜା କମିଟି ଏହି ମହୋତ୍ସବର ଆୟୋଜନ କରି ଆସୁଥିବା ବେଳେ ଆସନ୍ତା ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ଚାଲିବ ମହୋତ୍ସବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.