ଯାଜପୁର: ଚଳିତ ବର୍ଷ ବାତିଲ୍ ହେଲା ବିଂଝାରପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା, ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁରରେ ପ୍ରସିଦ୍ଧ ବରୁଣେଶ୍ୱର ମେଳାକୁ ଚଳିତ ବର୍ଷ ବାତିଲ କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଏକ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ମେଳାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବାବା ବରୁଣେଶ୍ୱରଙ୍କ ପୂଜା ଯଥାରୀତି ଅନୁସାରେ କାରଯିବ। ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.