ରାଜ୍ୟ

ଜଗନ୍ନାଥଙ୍କ ଐତିହ୍ୟ ତୋରଣକୁ ବେଆଇନ ଭାବେ ଖଣ୍ଡ ଖଣ୍ଡ କାଟି ଠିକା ସଂସ୍ଥା ବିକ୍ରି କରୁଥିବା ଅଭିଯୋଗ

ପିପିଲି(କେନ୍ୟୁଜ୍) :  ପୁରୀ ଜିଲ୍ଲାକୁ ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ପୁରୀ ଜିଲ୍ଲାର ପ୍ରବେଶ ପଥ ଉତ୍ତରା ଛକ ଏବଂ ମା’ ବାଟ ମଙ୍ଗଳାଙ୍କ ନିକଟରେ ଦୁଇଟି ତୋରଣ ନିର୍ମାଣ କରାଯାଇଥିଲା । ଏହା ମଧ୍ଯରୁ ଗୋଟିଏ ତୋରଣକୁ ଠିକା ସଂସ୍ଥା ଖଣ୍ଡ ଖଣ୍ଡ କରି କାଟି ନେଇ ଶାଗ ମାଛ ଦରରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ।
ଗତ ୧.୧.୨୦୦୩ ମସିହାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୋରଣକୁ ଉଦଘାଟନ କରିଥିବା ବେଳେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଦ୍ୱାରା ଏହାକୁ ସ୍ଥାପନ କରାଯାଇଥିଲା । ତାଙ୍କ ସହିତ ପିପିଲି ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀ, ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଶିକ୍ଷା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏହାକୁ ଲୋକାର୍ପଣ କରିଥିଲେ । ଯେଉଁଥିରେ ସର୍ବେ ଭବନ୍ତୁ ସୁଖୀନଃ ଲେଖା ଯାଇଥିଲା । କଳାକାର ଦୁର୍ଗା ରାଓଙ୍କ ଦ୍ୱାରା ରାସ୍ତାର ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଏକ ତୋରଣ ନିର୍ମାଣ କରାଯାଇଥିଲା । ଦୁଇଟି ଖୁଣ୍ଟ ରାସ୍ତାର ଦୁଇ ପାର୍ଶ୍ୱରେ ରହିଥିବାବେଳେ ଦୁଇ ଖୁଣ୍ଟକୁ ଏକ ବକ୍ସ ଗେଟ ରହିଥିଲା । ଯାହା ଶକ୍ତ ଲୁହାରେ ନିର୍ମାଣ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ।

ତେବେ ଗତ ୨୦୧୪ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବ କଳେବର ପାଇଁ ପୁରୀ-ଭୂବନେଶ୍ୱର ଜାତୀୟ ତେବେ ଗତ ୨୦୧୪ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବ କଳେବର ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ ହେବା ଫଳରେ ଦୁଇ ଟିକିଆ ରୋଡ଼ରୁ ଏହା ଚାରି ଟିକିଆ ରୋଡ଼ ପାଇଁ କାର୍ଯ୍ଯ ଆରମ୍ଭ ହୋଇଥିଲା । ଏହି କାର୍ଯ୍ଯ କେଏସଏସ କମ୍ପାନୀ ଠିକା ସଂସ୍ଥା ଦ୍ୱାରା କାର୍ଯ୍ଯ କରାଯାଉଥିବା ବେଳେ ଉତ୍ତରା ଛକ ଠାରେ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ଐତିହ୍ୟ ତୋରଣଟିକୁ ପିପିଲିର ମଙ୍ଗଳପୁର ଠାରେ ଥିବା କେଏସଏସ କମ୍ପାନୀର ଗୋଦାମରେ ରଖା ଯାଇଥିଲା । ଏବେ ଏହାକୁ ନିଲାମୀ ସଂସ୍ଥା କାଟି ନେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ ।
କେଏସଏସ କମ୍ପାନୀ ରାସ୍ତା କରିବା ସହିତ ଏହି ତୋରଣକୁ ଶେଷ ନ କରି ଅଧାରୁ ଛାଡ଼ି ଚାଲି ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାକୁ କୋର୍ଟ ମାଧ୍ଯମରେ ନିଲାମ କରାଯାଇଥିଲା । ଗୋଦାମରେ ଥିବା ସଂସ୍ଥାର କାର୍ଯ୍ଯରେ ବ୍ଯବହୃତ ହୋଇଥିବା ଯାନବାହନ ଠାରୁ ଆରମ୍ଭ କରି ଆସବାବପତ୍ର ଏହି ନିଲାମୀରେ ରହିଥିଲା । ତେବେ ଏହି ଐତିହ୍ଯ ତୋରଣର ନାଁ ନଥିବା ବେଳେ ଏହି ଐତିହ୍ଯ ତୋରଣକୁ ଖଣ୍ଡ ଖଣ୍ଡ କରି କଟର ସାହାଯ୍ୟରେ କଟା ଯାଇଛି । ପୁଣି ଏଣେ ତେଣେ ଫୋପାଡ଼ି ଶାଗ ମାଛ ଦରରେ କବାଡ଼ିଆ ମାଲିକଙ୍କୁ ବିକ୍ରି କରାଯାଇଛି । ଏବେବି ଅନେକ ଖଣ୍ଡ ସେଇଠାରେ ପଡ଼ି ରହିଛି । ସେପଟେ ଏଭଳି ଏକ ତୋରଣ ମା’ ବାଟ ମଙ୍ଗଳାଙ୍କ ନିକଟରେ ରହିଛି ।
ତେବେ ଏ ସମ୍ପର୍କରେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଥିଲା । ସେ ଏନଏଚଏଆଇ ପିଡିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।


ତେବେ ଏଠି ପ୍ରଶ୍ନ ଉଠୁଛି ଆମ ଜିଲ୍ଲାର ଐତିହ୍ୟ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଐତିହ୍ଯ ତୋରଣକୁ ଖଣ୍ଡ ଖଣ୍ଡ କରି କାଟିବା ପାଇଁ କିଏ ଅନୁମତି ଦେଲେ? ଏହି ତୋରଣକୁ ଉତ୍ତରା ଠାରେ ପୁନଃ ପ୍ରତିଷ୍ଠା କରିବା ପାଇଁ ଜଗନ୍ନାଥ ପ୍ରେମୀ ଅନୁରୋଧ କରିଛନ୍ତି। ତେବେ ଯେଉଁ ସଂସ୍ଥା ଏଭଳି ସଂସ୍କୃତି ବିରୋଧୀ କାର୍ଯ୍ଯ କରିଛି ସେମାନଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago