ଚର୍ଚ୍ଚିତ ଜୋସେଫ ହତ୍ୟା ମାମଲା: ଗଞ୍ଜେଇ ଡିଲ୍ ରୁ ହୋଇଥିଲା ହତ୍ୟାକାଣ୍ଡ, ଦିଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ମୋହନା ପୋଲିସ

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି – ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ରୁ ଯୁବକଙ୍କ ଗୋଡ଼ ହାତ ବନ୍ଧା ମୃତଦେହ ଜବତ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି ମୋହନା ପୋଲିସ ।

ସୂଚନା ଯୋଗ୍ୟ ଗତ ୨୩/୨/୨୦୨୨ ରେ ଜଗନ୍ନାଥପୁର ଛକର ଏକ ପଡିଆ ରେ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ପଡ଼ିଥିବା ନେଇ ଖବର ଆସିଥିଲା । ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯୁବକ ଜଣକ ଅଡବା ଥାନା ଲମ୍ବଡାଙ୍ଗ ଗ୍ରାମର ବୋଲି ଜଣାପଡିବା ପରେ ପରିବାର ବର୍ଗ ଙ୍କୁ ପଚରାଉଚରା କରିଥିଲା ପୋଲିସ ଗଞ୍ଜେଇ ଡିଲ୍ କୁ ନେଇ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ ଆଭାସ ପାଇଥିଲା ।

ଜୋସେଫ ସହ ଦିଲ୍ଲୀ ର କିଛି ଗଞ୍ଜେଇ ମାଫିଆ ଙ୍କ ଗଞ୍ଜେଇ ଡିଲ୍ ହୋଇଥିଲା ଏବଂ ଏହି ବାବଦ ରେ ଦିଲ୍ଲୀ ର ଦୀପକ ରାୟ ନାମକ ଯୁବକ ଜୋସେଫ କୁ ୫୦ ହଜାର ଟଙ୍କା ଅଗ୍ରିମ ପଠାଇଥିଲା ଏବଂ ଗଞ୍ଜେଇ ନେବାପାଇଁ ଗଜପତି ଜ଼ିଲ୍ଲା ର ଅନ୍ତରବା ଅଞ୍ଚଳ କୁ ତାର କିଛି ପିଲା ଙ୍କୁ ପଠାଇଥିଲା । କିନ୍ତୁ ଜୋସେଫ ଟଙ୍କା ତା ଆକାଉଣ୍ଟ କୁ ଆସିନଥିବା କହିବା ସହ ଗଞ୍ଜେଇ ଦେବାପାଇଁ ମନାକରିଦେଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀ ରୁ ଆସିଥିବା ମାଫିଆ ମାନେ ଜୋସେଫକୁ ମଦ ପିଆଇ ପ୍ରବଳ ପିଟିବା ସହ ରସି ରେ ତା ଗଳାକୁ ଚିପି ହତ୍ୟା କରିଥିଲେ।

ତେଵେ ମାଫିଆ ମାନେ ପଠାଇଥିବା ଟଙ୍କା ଜୋସେଫ ର ଆକାଉଣ୍ଟ କୁ ଆସିବା ବଦଳ ରେ ଅନ୍ୟ ଏକ ଆକାଉଣ୍ଟ କୁ ଯାଇଥିବା ପୋଲିସ ସୂଚନା ଦେଇଛି l ମୋହନା ପୋଲିସ ର ଏକ ଚାରିଜଣିଆ ଟିମ୍ ଦିଲ୍ଲୀ ଯାଇ ହତ୍ୟା ରେ ସାମିଲ ଦୁଇ ଅଭିଯୁକ୍ତ ସୁନି ଦବାସ ଏବଂ ଦୀପକ ରାୟ ଙ୍କୁ ଗିରଫ କରି ସୋମବାର ରାତିରେ ମୋହନା ଆଣିଛି । ଘଟଣା ରେ ଦିଲ୍ଲୀପ ରାୟ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ ପ୍ରଥମେ କୋର୍ଟ ଏବଂ ପରେ ଆର. ଉଦୟଗିରି ସବ୍ ଜେଲ୍ କୁ ପଠାଇଦିଆଯାଇଛି । ପରେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡ ରେ ଆଣି ହତ୍ୟାକାଣ୍ଡ ର ସିନ୍ ରିକ୍ରିଏସନ୍ କରାଯିବା ସହ ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ମୋହନା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.