ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ : କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ ପୌର ସଂସ୍ଥା ଉଠା ଦୋକାନୀଙ୍କୁ କ୍ଷତିପୂରଣ 

ବାତ୍ୟା ଫନିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ । ନଡ଼ିଆ ଗଛ ପିଛା ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ କ୍ଷତିପୂରଣ ମିଳିବ । ସେହିପରି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ୭୫% ରିହାତି ପ୍ରଦାନ କରାଯିବ । ୧୧ଟି ପୌର ସଂସ୍ଥାର ପ୍ରାୟ ୩୦ ହଜାର ଉଠା ଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କାର ସହାୟତା ମିଳିବ । ଏସବୁ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସେହିପରି ଫନିରେ ଉପକୂଳ ଅଞ୍ଚଳରେ ନଷ୍ଟ ସବୁଜବଳୟର ପୁନରୁଦ୍ଧାର ପାଇଁ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର‌୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା କାର‌୍ୟ୍ୟକାରୀ ହେବ । ଏଥିପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାକୁ ମିଶନ ମୋଡରେ କାର‌୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ । ଚଳିତ ବର୍ଷ ବିଭିନ୍ନ ସଂସ୍ଥା, ଜନସାଧାରଣଙ୍କୁ ୫୦ ଲକ୍ଷ ଚାରା ମାଗଣାରେ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.