ଦୋଳି ପାଇଁ ଡାଳ ନାହିଁ, ପିଠା ପାଇଁ ପୁର ନାହିଁ

ଏମିତି ଆସେ ଦୈବୀ ଦୁର୍ବିପାକ । ଛଡ଼େଇ ନିଏ ଅନେକ କିଛି । ଖାଲି ଖୁସି ନୁହେଁ ତା ସହିତ ଆନୁଷଙ୍ଗିକ ଜିନିଷ । ମେ ୩ ତାରିଖ ଦିନ ବେଳା ଫନି ଯେଉଁ ଭୟଙ୍କର ରୂପ ଦେଖାଇଲା ସେଥିରେ ପ୍ରଥମେ ଶିକାର ହେଲେ ଲକ୍ଷ ଲକ୍ଷ ଗଛ । ଛାଇ ଦେଉଥିବା ଗଛ । ଅମ୍ଳଜାନ ଦେଉଥିବା ଗଛ ଓ ପରିବେଶକୁ ଶୀତଳ ରଖୁଥିବା ଗଛ । ହେଲେ ଏହା ସହିତ ଟଳି ପଡ଼ିଲେ ଅନେକ ଫଳ ଗଛ । ନଡ଼ିଆ ସହିତ ଆମ୍ବ ୠତୁରେ ଫଳଭରା ଆମ୍ବ ଗଛ, ପଣସ, କଦଳୀ ଆଦି । ଯାହା ଆଉ କିଛି ବର୍ଷ ଯାଏ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳିବ ନାହିଁ ।

PURA-1
ଆଗକୁ ଆସୁଛି ରାଜ୍ୟର ଗଣପର୍ବ ରଜ । ପିଠାପଣାରେ ଭରିଯାଏ ସହରଠୁ ପୂରପଲ୍ଲୀ । ଘରେ ଘରେ ମହକେ ପିଠାପଣାର ବାସ୍ନା । ହେଲେ ଏଥର ଯେମିତି ସବୁ କିଛି ଫିକା କରିଦେବ ଫନି । ଏମିତି ପ୍ରଭାବ ଛାଡ଼ିଗଲା ଯେ ଗଛ କି ଡାଳ ନାହିଁ ରଜ ମଉଜ ଦୋଳି ବାନ୍ଧିବାକୁ । ଠିକ୍‌ ସେହିଭଳି ନଡ଼ିଆ ଗଛ ସବୁ ଶୋଇ ଯାଇଛନ୍ତି ଚିରଦିନ ଲାଗି । ତେଣୁ ଅଭାବ ପଡ଼ିଲାଣି ନଡ଼ିଆ ଓ ପଇଡ଼ । ନଡ଼ିଆ ନମିଳିଲେ ପୁର ପିଠା ହେବ କେମିତି ? ଏବେଠାରୁ ଚିନ୍ତାରେ ଗୃହିଣୀମାନେ ।

PURA-2

ସେହିଭଳି ପାନ ଚାଷ ମଧ୍ୟ ଖୁବ୍‌ କ୍ଷତିଗ୍ରସ୍ତ ହୋଇଛି । ପାନ ବରଜ ନଷ୍ଟ ହୋଇଥିବା ଯୋଗୁଁ ପାନ ଚାଷୀ ନିଜ ଜୀବିକାକୁ ନେଇ ଚିନ୍ତାରେ । ତେଣୁ ରଜ ପାନର ଦାମ ଦୁଇଗୁଣା ହୋଇଯିବ ।

PANA

ରାଜ୍ୟରେ ଅଧିକାଂଶ ପର୍ବ ହେଉଛି କୃଷି ଭିତ୍ତିକ । ଅକ୍ଷୟ ତୃତୀୟାରେ ଚାଷୀ ତାର ଚାଷ ଅନୁକୂଳ କରେ । ହେଲେ ଏଥର ଫନି ମାଡ଼ରେ ଚାଷୀ ତ ଘରୁ ବାହାରି ପାରିଲେନି । ଆଉ ଯାହାବି ଡାଳୁଅ ଧାନ କି ପନିପରିବା ଚାଷ ହୋଇଥିଲା ସେ ସବୁ ଉଜୁଡ଼ିଗଲା । ସ୍ଥାନୀୟ ଅଞ୍ଚଳରେ ଏଭଳି ପରିସ୍ଥିତି ଯୋଗୁଁ ଆଗକୁ ଆସୁଥିବା ସାବିତ୍ରୀ ବ୍ରତ ଏବଂ ରଜ ବେଳକୁ ଫଳ ଦାମ ନିଶ୍ଚୟ ଆକାଶ ଛୁଆଁ ଥିବ ।

DHAN CHASA-1

ଆଉ ବର୍ତ୍ତମାନ ତ ପରିବା ସାଙ୍ଗକୁ ସାଗ ଆଦିର ଅଭାବ ଦେଖା ଦେଲାଣି । ଏ ପରିସ୍ଥିତି ସୁଧୁରିବାକୁ ବେଶ୍‌ କିଛି ମାସ ଲାଗିଯିବ । ହେଲେ ରଜ, ସାବିତ୍ରୀ ପାଳନ ବେଳେ ଆଉ ସେ ଉତ୍ସାହ ରହିବ ନାହିଁ ।

ସ୍ପେସାଲ ଡେସ୍କ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.