ଫନି ଲୁଟି ନେଲା ଓଡ଼ିଶାର ‘ଶ୍ରୀ’, ଗୋଟିଏ ନୁହେଁ ତିନି ତିନିଟି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫନି ଖୁବ୍‌ ଆଘାତ ଦେଇଛି ରାଜ୍ୟର ତିନି ପ୍ରମୁଖ ସହରକୁ । ଜଗନ୍ନାଥ ଧାମରେ ରଚିଛି ପ୍ରଳୟ । ଶ୍ରୀକ୍ଷେତ୍ର ସମେତ ପୁରୀ ଜିଲ୍ଲାର ଅନେକ ଅଞ୍ଚଳକୁ ଅଣ୍ଟା ସଳଖି ଠିଆ ହେବା ଲାଗି ଲାଗିଯିବ ଦୀର୍ଘ ବର୍ଷ । କାଳିଆର ଭୂଇଁରେ ଏମିତି ବିତ୍ପାତ ବୋଧହୁଏ କେହିବି ସ୍ୱପ୍ନରେ ଭାବି ନଥିଲେ ।

cycloneଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଫଳ ସବୁକୁ ଆଘାତ ଦେଇଛି ଫନି । ରାଜଧାନୀ ଭୁବନେଶ୍ୱରର ଶିରି ତୁଟାଇ ଦେଇଛି ଫନିର ଫଣା । ଯେମିତି ନାଁ ସେମିତି କାମ କରି ଯାଇଛି । ଯାହାର ବିଷ ଜ୍ୱାଳାକୁ ଭୋଗୁଛନ୍ତି ଓଡ଼ିଶାବାସୀ ।

ଶ୍ରୀକ୍ଷେତ୍ର ଓ ରାଜଧାନୀର ଶିରି ଫେରାଇ ଆଣିବାକୁ ସରକାର ସିନା ଉଦ୍ୟମ କରୁଛନ୍ତି, ହେଲେ ଭୂଇଁରେ ଲୋଟିଥିବା ଶ୍ରୀଫଳ ବା ନଡ଼ିଆ ଗଛକୁ କରିବେ କଣ? ସାରା ପୁରୀ ଜିଲ୍ଲାରେ ଲକ୍ଷ ଲକ୍ଷ ନଡ଼ିଆ ଗଛ ଭାଙ୍ଗି ପଡ଼ିଛି । ଯିଏବି ଠିଆ ରହିଛନ୍ତି ସେମାନେ ଫନିର ପ୍ରହାରରେ ଆଗାମୀ କିଛି ବର୍ଷ ପାଇଁ ଫଳ ଦେବା ସମ୍ଭବ ହେବନାହିଁ । ବିଶେଷ କରି ନଡ଼ିଆ ପାଇଁ ପ୍ରସିଦ୍ଧ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଚାଷ ପ୍ରଭାବିତ ହୋଇଛି । ଯିଏକି ଆଖପାଖ ଅଞ୍ଚଳ ସମେତ ରାଜ୍ୟ ବାହାରକୁ ମଧ୍ୟ ନଡ଼ିଆ ଏବଂ ପଇଡ଼ ପଠାଇଥାନ୍ତି ।

ଶ୍ରୀକ୍ଷେତ୍ର, ଶ୍ରୀଫଳ ଓ ଶ୍ରୀ ବା ସୌନ୍ଦର୍ଯ୍ୟ ସବୁ କିଛି ମେ ୩ ତାରିଖର କେଇ ଘଣ୍ଟା ଭିତରେ ଲୁଟି ଚାଲିଗଲା ଫନି । ଯାହାକୁ ଭରଣା କରିବା ସହଜ ନୁହେଁ ।

ହକି ବିଶ୍ୱ କପ୍‌ ବେଳକୁ ସୁନ୍ଦରତାରେ ଝଲସି ଉଠୁଥିବା ଭୁବନେଶ୍ୱର ଏବେ ଶ୍ରୀହୀନ । ହଜାର ହଜାର ଗଛ ଲୋଟି ପଡ଼ିଛନ୍ତି ମାଟିରେ । ପୁଣି ସବୁଜିମା ଆଣିବାକୁ ବର୍ଷ ବର୍ଷ ଲାଗିଯିବ ।

cyclone

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.