ଓଡ଼ିଶା ଉପକୂଳ ମୁହାଁ ଫନୀ, ୨୪ ଘଣ୍ଟା ଭିତରେ ନେବ ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ

ଘନୀଭୂତ ହେଉଛି ଫନୀ । ୨୪ ଘଣ୍ଟା ଭିତରେ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ଏହା ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି, ମେ ୧ରୁ ଗତିପଥ ବଦଳିବ। ରିକର୍ଭ ହୋଇ ଉତ୍ତର-ଉତ୍ତର ପୂର୍ବଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ। ଏହା ଓଡ଼ିଶାରେ ଲ୍ୟାଣ୍ଡ ଫଲ କରିବ କି? ଏହା ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ଦେଇଛି IMD । ଏହାକୁ ନେଇ ସରକାର ସତର୍କ । ଜଳସେନା, ବାୟୁସେନା, ଏନ୍‌ଡିଆରଏଫ, କୋଷ୍ଟ ଗାର୍ଡ ସହ ଆଲୋଚନା କରାଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଓଡ଼ିଶା କିମ୍ବା ଅନ୍ୟ କୌଣସି ରାଜ୍ୟର ଉପକୂଳ ଅତିକ୍ରମ କରିବ ନାହିଁ । ଓଡିଶା ପାଖ ଦେଇ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ।

ଫନୀର ଗତି ମେ ୩-୪ ତାରିଖ ପର୍ଯ୍ୟନ୍ତ ଅନୁମାନ କରାଯାଇଛି । ୪ ତାରିଖ ପରେ ଫନୀ ଗତି ପଥ ଅଧିକ ସ୍ପଷ୍ଟ ହେବ । ଓଡ଼ିଶା ଭିତରକୁ ଆସିବ ନା ଓଡ଼ିଶା ଉପକୂଳ ଦେଇ ଆଗକୁ ବଢିବ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ୨ ତାରିଖ ସକାଳୁ ଉପକୂଳରେ ଆରମ୍ଭ ହେବ ବର୍ଷା।

ଏ ସମୟରେ ବାତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇକ୍ୱେଟର ପାଖରୁ ସୃଷ୍ଟି ଏ ଝଡ଼, ଶ୍ରୀଲଙ୍କା..ତାମିଲନାଡୁ ..ଆନ୍ଧ୍ର ଉପକୂଳ ପାଖ ଦେଇ ଆଗକୁ ବଢୁଛି। ଅସମୟର ବାତ୍ୟା ଏତେ ଦୂର ଆଗକୁ ବଢିବା ଅସାଧାରଣ। ଯାହାକୁ ନେଇ ସମସ୍ତେ ସତର୍କ। ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିର୍ଦ୍ଦେଶରେ କ୍ୟାବିନେଟ ସଚିବ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.