ପାଚିକାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ, ମିଳିଲା ପ୍ରଶଂସା ଓ ପୁରସ୍କାର

କଟକ ଜିଲ୍ଲା କିଶନନଗର ଖେଣ୍ଟାଳୋ ଅନ୍ତର୍ଗତ ବଳରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପାଚିକା ନିର୍ମଳା ବାରିକ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ ହେବା ସମୟରୁ ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଆସୁଥିଲେ । ନିଜର ସୁନ୍ଦର ବ୍ୟବହାର ତଥା ନିଷ୍ଠାର ସହ କାର୍ଯ୍ୟ ଯୋଗୁଁ ତାଙ୍କୁ ସମସ୍ତେ ଭଲ ପାଆନ୍ତି।

ଗତକାଲି ସ୍କୁଲ କର୍ତ୍ତୃପକ୍ଷଙ୍କ ତଥା ସଦସ୍ୟ, ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିର୍ମଳାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ  ତାଙ୍କୁ ବିଭିନ୍ନ ଉପଢୌକନ ଦେଇ ତାଙ୍କର ନିଷ୍ଠା ଓ କାର୍ଯ୍ୟକୁ ପ୍ରଶଂସା କରିଥିଲେ ସମସ୍ତେ ।

NIRMALA-2

NIRMALA-3

NIRMALA-4