ଫାର୍ମ ହାଉସ ଗୁଳିକାଣ୍ଡ ଘଟଣା ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ଢେଙ୍କାନାଳ: ଫାର୍ମ ହାଉସ ଭିତରେ ଗୁଳିକାଣ୍ଡ ଘଟଣାରେ ନୁଆ ଟୁଇଷ୍ଟ। ଗୋବିନ୍ଦ ଚନ୍ଦ୍ର ନାଏକଙ୍କ ଉପରକୁ ଗୁଳି ଚଳାଇବା ଲୋକ କୈାଣସି ଦୃର୍ବୁତ୍ତ ନୁହଁନ୍ତି। ବରଂ ନିଜ ସମ୍ପର୍କୀୟ ଭିଣୋଇ ରମେଶ ଚନ୍ଦ୍ର ନାଏକ। ଆଉ ଗୁଳି ଚଳେଇବା ପଛର ଅସଲ କଥା ଥିଲା ଜନ୍ତୁ ଶିକାର। କ୍ୟାମେରା ସାମ୍ନାରେ ସବୁ ସତ ଓଗାଳିଥିବା ଅଭିଯୁକ୍ତ ରମେଶ କହିଛି ଗତକାଲି ବିଳମ୍ବିତ ରାତିରେ ଫାର୍ମ ହାଉସ ଭିତରେ ଏକାଠି ଥିଲେ ତାଙ୍କ ଶଳା ତଥା ମୃତକ ଗୋବିନ୍ଦ ଚନ୍ଦ୍ର ନାଏକ। ଫାର୍ମର ଅନ୍ୟ ଏକ ରୁମରେ ତାଙ୍କ ବଡ ବାପା ପୁଅ ଭାଇ ଅଭିରାମ ନାଏକ ଶୋଇଥିଲେ। ଦୁଇଜଣ ଯାକ ମିଶି ରାତି ଦୁଇଟା ପରେ ଜନ୍ତୁ ଶିକାର ପାଇଁ ଫାର୍ମ ହାଉସ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ। ସେଠାରେ କିଛି ଖସ୍ ଖସ୍ ଶବ୍ଦ ହେବାରୁ ତାହା କୁଟୁରା ବୋଲି ଭାବିଥିଲେ ରମେଶ। ଫଳରେ ଅନ୍ଧାରିଆରେ ଗୁଳି ଚଳାଇ ଦେଇଥିଲେ। ହେଲେ ତାଙ୍କୁ ଜଣା ନଥିଲା ସାମ୍ନାରେ ଥିଲେ ତାଙ୍କ ନିଜ ଭିଣୋଇ ଗୋବିନ୍ଦ। ଚାହୁଁ ଚାହୁଁ କ୍ଷଣିକରେ ଘଟଣାସ୍ଥଳରେ ଟଳି ପଡିଥିଲେ ଗୋବିନ୍ଦ। ଘଟଣାକୁ ଲୁଚାଇ ଦେବାକୁ ଯାଇ ବ୍ୟବହୃତ ବନ୍ଧୁକକୁ ଶହେ ମିଟର ଦୁରରେ ଏକ ବୁଦା ମୁଳରେ ନେଇ ପକାଇ ସେଠାରୁ ଚାଲି ଯାଇଥିଲା ରମେଶ। ହେଲେ ଏକଥା ଛପି ରହି ନଥିଲା ପୋଲିସ ହାତରେ ଧରା ପଡିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳାଙ୍ଗ ଫାସିଗାଁରେ ଘଟିଯାଇଥିଲା ଏହି ଗୁଳି କାଣ୍ଡ । ଜନ୍ତୁ ଶିକାର ପାଇଁ ଭୋର ୪ଟାରେ ରମେଶଙ୍କ ହାତରେ ଥିବା ଦେଶୀ ବନ୍ଧୁକର ଗୁଳି ଗୋବିନ୍ଦଙ୍କ ଛାତିରେ ବାଜିଥିଲା। ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା।ପରେ ଭୟରେ ସେଠୁ ଖସି ପଳାଇଥିଲା ଅଭିଯୁକ୍ତ ଭିଣୋଇ ରମେଶ। ଗୁଳି ଶବ୍ଦ ଶୁଣି ଫାର୍ମ ହାଉସର ଏକ ରୁମରେ ଶୋଇଥିବା ବଡବାପା ପୁଅ ଭାଇ ଅଭିମନ୍ୟୁ ନାଏକ ଧାଇଁ ଆସିଥିଲେ। ଆଉ ତାଙ୍କ ଭାଇ ସେଠି ଏକୁଟିଆ ପଡିଥିବାର ଦେଖି ଘର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପ୍ରଘଟ ହେବା ପରେ ପ୍ରଥମେ କୈାଣସି ଦୃର୍ବୁତ୍ତ ଗୁଳିମାଡ କରି ପଳାଇଥିବା କହିଥିଲେ ଗୋବିନ୍ଦଙ୍କ ପରିବାର ଲୋକ। ହେଲେ ଏପଟେ ଢେଙ୍କାନାଳ ସଦର ଥାନା ପୋଲିସ ଫାର୍ମହାଉସରେ ପହଞ୍ଚି ଆରମ୍ଭ କରି ଦେଇଥିଲା ତନାଘନା।
ମୃତକ ଗୋବିନ୍ଦଙ୍କ ସହ ରାତିରେ ଫାର୍ମ ହାଉସରେ ଥିବା ତାଙ୍କ ଭାଇ ଅଭିମନ୍ୟୁକୁ ପଚରାଉଚରା କରିବା ପରେ ଅଧିକ ତଦନ୍ତ ପାଇଁ ଗାଡ଼ିରେ ବସାଇ ନେଇ ଯାଇଥିଲା। ଏହି ସମୟରେ ସେଠାରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରାତିରେ ଗୋବିନ୍ଦଙ୍କ ସହ ଥିବା ତାଙ୍କ ସମ୍ପର୍କୀୟ ଭିଣୋଇକୁ ନିକଟସ୍ଥ ଆଳୁ ସିଂହ ଗାଁରୁ ଉଠାଇ ଆଣି ପଚରାଉଚରା ପରେ ସବୁ ସତ ମାନିଥିଲା ସେ । ପରେ ତାକୁ ଫାର୍ମ ହାଉସକୁ ନେଇ ସେଠାରୁ ବନ୍ଧୁକ ଜବତ କରିବା ସହ କେଉଁଠି ଏବଂ କେଉଁ ପରିସ୍ଥିତିରେ ଗୁଳି କରିଥିଲା ତାହା ମଧ୍ୟ ଦେଖାଇଥିଲା ଅଭିଯୁକ୍ତ ରମେଶ। ଜନ୍ତୁ ଶିକାର ପାଇଁ ଗୁଳି ଚଳାଉଥିବା ବେଳେ ରମେଶ ଯେ ଗୋବିନ୍ଦଙ୍କୁ ଗୁଳିମାଡ କରିଥିବ ଏକଥାକୁ ସହଜରେ ବିଶ୍ଵାସ କରି ପାରୁ ନାହାଁନ୍ତି ଗୋବିନ୍ଦଙ୍କ ପରିବାର ଓ ସମ୍ପର୍କୀୟ। ରମେଶ କୈାଣସି ରାଗ ରଖି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ସନ୍ଦେହ କରିଛନ୍ତି। ତେଣୁ ପୋଲିସ ଏ ଦିଗରେ ତଦନ୍ତ କଲେ ଘଟଣା ସ୍ପଷ୍ଟ ହେବ ବୋଲି ପରିବାର ଲୋକେ କହିଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛି ଅଭିଯୁକ୍ତ ରମେଶ।
ଅନ୍ୟ ପଟରେ ଏସ.ପି କାର୍ଯ୍ୟାଳୟ ପୋଲିସ ପକ୍ଷରୁ ଏସ୍.ପି ଅଭିନବ ସୋନକର ସାମ୍ବାଦିକ ସମ୍ମିଳନୀ କରି ଘଟଣା ଉପରୁ ପରଦା ହଯାଇଛନ୍ତି । ମୃତ ଗୋବିନ୍ଦ ଏବଂ ଗୁଳିକାଣ୍ଡ କରିଥିବା ଗୋବିନ୍ଦ ଉଭୟ ଶିକାର ଉଦ୍ଦେଶ୍ୟରେ ଯାଉଥିବା ବେଳେ (କୁଟୁରା )ବନ୍ୟଜନ୍ତୁ ଭାବି ଦେଶୀ ଫେରା ବନ୍ଧୁକରେ ଗୁଳି କରିଥିଲେ । ଅଭିଯୁକ୍ତ ନିଜେ ମାନିଛନ୍ତି ଏବଂ ବ୍ୟବହୃତ ବନ୍ଧୁକ ବୁଦାରେ ଲୁଚାଇ ରଖିଥିବା ବେଳେ ପୋଲିସ ତାକୁ ଧରିବା ସହ ବୁଦା ମୂଳରୁ ଜବତ କରିଛି । ଯଦି ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ଚାହିଁଥିବା ଏସ୍.ପି କହିଛନ୍ତି ।