ଭଦ୍ରକ : ବିକ୍ରି ନହୋଇ ଶୀତ କାକରରେ ଭିଜୁଛି ବସ୍ତା ବସ୍ତା ଧାନ

ଭଦ୍ରକ(କେନ୍ୟୁଜ୍) : ବିକ୍ରି ନହୋଇପଡିଛି ବସ୍ତା ବସ୍ତା ଧାନ। କେଉଁଠି ରାସ୍ତା କଡରେ ତ ଓ ଆଉ କେଉଁଠି ଖଳାରେ ଶୀତ କାକରରେ ଭିଜୁଛି ଧାନ। ପୁଣି କେଉଁଠି ଦଲାଲ ମାନେ ଗାଁ ବେପାରୀଙ୍କ ମାଧ୍ୟମରେ ସ୍ଥାନେ ସ୍ଥାନେ ଡିପୋ ଖୋଲିଛନ୍ତି। ରାଜ୍ୟ ବାହାରକୁ ପଠାଯାଉଛି ଶହ ଶହ କ୍ୟୁଣ୍ଟାଲ ଧାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣି ସେବା ସମବାୟ ସମିତିରେ।

crop2ଏହି ବ୍ଲକରେ ରହିଛି ୨୨ଟି ସେବା ସମବାୟ ସମିତି। ସବୁଆଡେ ମଣ୍ଡି ଖୋଲାଯାଇଛି। ହେଲେ ସମବାୟ ସମିତିର ସଂପାଦକଙ୍କୁ କୌଣସି କାରଣରୁ ବହିଷ୍କାର ପରେ ମଣ୍ଡି ଖୋଲାଯାଉନି କି ଧାନ କ୍ରୟ କରାଯାଉନି। ଫଳରେ ଏହି ସମିତି ଅଧୀନରେ ୭୬୮ଜଣ ଚାଷୀ ନାଁ ପଞ୍ଜୀକରଣ କରିଥିବାବେଳେ ସେମାମେ ଧାନ ବିକ୍ରି କରିନପାରି ହଇରାଣ ହେଉଛନ୍ତି। ସେପଟେ ତୁରନ୍ତ ନୂଆ ସଂପାଦକଙ୍କୁ ନିଯୁକ୍ତ କରାଯାଇ ଧାନ କିଣାଯିବ ବୋଲି କୋ-ଅପରେଟିଭ୍‌ ସୋସାଇଟି ବ୍ରାଞ୍ଚ ମ୍ୟାନେଜର କହିଛନ୍ତି।