ମୃତ୍ୟୁ ଡାକିଲା ହାତ ଠାରି.. ଟ୍ରାକ୍ଟର ଓଲଟି ବିଲ ଭିତରେ ଚାଲିଗଲା ଚାଷୀଙ୍କ ଜୀବନ

ବ୍ରହ୍ମପୁର ( କେ ନ୍ୟୁଜ୍) : ଧାନ ରୋଇବା ପାଇଁ ଜମି କାଦୁଅ କରାଯାଉଥିଲା । ଟ୍ରାକ୍ଟର ଘୂରୁଥିଲା କାଦୁଆ ଜମିରେ । ଖରାବେଳେ ଡ୍ରାଇଭରକୁ ଖାଇବା ପାଇଁ ଦେବା ଲାଗି ବିଲକୁ ଗଲେ ଟ୍ରାକ୍ଟର ମାଲିକ ତଥା ଚାଷୀ ଦେବାଶିଷ ପାଢୀ । ଡ୍ରାଇଭରକୁ ଖାଇବା ପାଇଁ କହି ନିଜେ ଟ୍ରାକ୍ଟର ଉପରକୁ ଚଢ଼ିଗଲେ ଆଉ ଷ୍ଟାର୍ଟ କରିଦେଲେ । ଟ୍ରାକ୍ଟର କିନ୍ତୁ ବୋଲ ମାନିଲାନି, ଓଲଟି ପଡିଲା ଏବଂ ନିଜ ଟ୍ରାକ୍ଟର ତଳେ ଚାପି ହୋଇଗଲେ ଦେବାଶିଷ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଲାଗୁଥିଲା ଯେମିତି ଦେବାଶିଷଙ୍କୁ ମୃତ୍ୟୁ ହାତ ଠାରି ଡାକିନେଲା । ନିମିଷକ ମଧ୍ୟରେ ଚାଲିଗଲା ଜୀବନ ।

ଘଟଣା ଘଟିଛି ଗଂଜାମ ଜିଲ୍ଲା ଜରଡା ନିକଟରେ । ଦେବାଶିଷ ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ । ଜଣେ ଭଲ ଚାଷୀ ଭାବେ ତାଙ୍କର ଖ୍ୟାତି ରହିଥିଲା । ତେଣୁ ତାଙ୍କର ଏପରି ଅକାଳ ଓ ଦୁର୍ଭଗ୍ୟଜନକ ବିୟୋଗରେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.