Categories: ରାଜ୍ୟ

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ତାତିଲା ବିଧାନସଭା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା

ଚାଷୀ ମୃତ୍ୟୁ ପ୍ରସଙ୍ଗରେ ତାତିଲା ବିଧାନସଭା। ଅରୁଣ-ନରସିଂହ କଥା କଟାକଟି । ଆଜି ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏମିତି ସ୍ଥିତି ଦେଖିବାକୁ ମିଳିଛି। ଚାଷୀ ମୃତ୍ୟୁ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଥିଲେ, ସଂସଦରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚାଷଜନିତ କାରଣ ପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ପ୍ରତି ଚାଷୀ ମୃତ୍ୟୁ ତଦନ୍ତ ରିପୋର୍ଟ ଜିଲ୍ଲାସ୍ତରରୁ ଆସିଥାଏ । ସରକାର ସମସ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି ଦାବି ରଖିଛନ୍ତି ନରସିଂହ । ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଯେଉଁଠି ଚାଷୀଙ୍କ ସହ ଅଘଟଣ ଘଟୁଛି, ଜିଲ୍ଲାସ୍ତରରୁ ରିପୋର୍ଟ ମଗାଯାଉଛି। ହେଲେ ଏଥିରୁ କିଛି ବ୍ୟକ୍ତି ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି । ସେପଟେ ବିଜେପି କହିଛି, ଚାଷୀ ମୃତ୍ୟୁକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର । ଗତକାଲି ରାଜ୍ୟ ଆକସ୍ମିକ ପାଣ୍ଠି ନେଇ ଅତିରିକ୍ତ ଖର୍ଚ୍ଚ ଦାବି ବିନା ଆଲୋଚନାରେ କାହିଁକି ଗୃହୀତ ହେଲା ତାହାକୁ ନେଇ ବିଜେପି ଗୃହରେ ହଟ୍ଟଗୋଳ କରିଥିଲା। ଏଭିତରେ କୃଷି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ଶେଷ ହୋଇଥିଲା।

KNews Bureau

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

2 mins ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…

2 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

9 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

10 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

28 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

53 mins ago