ଉଜୁଡା ଫସଲ ଦେଖି ସହିପାରିଲେନି, ଶେଷରେ ଜୀବନ ହାରିଲେ ଚାଷୀ
କେନ୍ଦ୍ରାପଡା: ଉଜୁଡା ଫସଲ ଦେଖି ସହିପାରିଲେନି । ଶେଷରେ ଜୀବନ ହାରିଲେ ଚାଷୀ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଖମଳ ପଞ୍ଚାୟତର ବିଶକ ଗାଁରୁ । ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା ।
ସୂଚନା ଅନୁସାରେ ଦୈତାରୀ ଜେନା ୩ ଏକର ଜମିରେ ଭାଗ ଚାଷ କରିଥିଲେ । ଆଉ ୨୨ ଗୁଣ୍ଠ ଜମିରେ ମିଶ୍ରିତ ଫସଲ ଚାଷ କରିଥିଲେ । ଚାଷ ପାଇଁ ଲକ୍ଷେ ଟଙ୍କା ଋଣ କରିଥିଲେ ଦୈତାରୀ । ହେଲେ ଅଦିନିଆ ବର୍ଷା ଯୋଗୁ ସବୁ ଫସଲ ନଷ୍ଟ ହୋଇଗଲା । ଧାର, କରଜ କିପରି ସୁଝିବେ ସେ ଚିନ୍ତାରେ ଜୀବନ ହାରିଛନ୍ତି ।