କେନ୍ଦ୍ରାପଡ଼ା: ବାରମ୍ବାର ଫସଲ ନଷ୍ଟର ଅଭିଯୋଗକୁ ଶୁଣୁନଥିଲା ପ୍ରଶାସନ, ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଶତାଧିକ ଷଣ୍ଢ ଧରି ପଶିଲେ ଚାଷୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଷଣ୍ଢଙ୍କ ପାଦୁର୍ଭାବରୁ ଫସଲ ନଷ୍ଟ ହେଉଥିବାରୁ ତାତିଲେ ଚାଷୀ । ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ବେଳେ ଶତାଧିକ ଷଣ୍ଢ ଧରି ପଶିଲେ । ଚାଷୀଙ୍କ ଏଭଳି ଅଭିନବ ପ୍ରତିବାଦ ପୁରା କେନ୍ଦ୍ରାପଡ଼ା ଅଞ୍ଚଳରେ ଚାର୍ଚ୍ଚାର ବିଷୟ ପାଲଟିଛିି । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି ରାଜନଗରର ଚାଷୀ । ହେଲେ ଗତ କିଛ ବର୍ଷ ହେବ ଶତାଧିକ ବୁଲା ଷଣ୍ଢ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି । ଏନେଇ ଷଣ୍ଢଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ନିକଟରେ ବହୁବାର ଗୁହାରୀ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଦୀର୍ଘ ଦିନର ଅସନ୍ତୋଷ ଆଜି ଉଗ୍ର ରୂପ ଧାରଣ କରିଥିଲା ।

farmer protest

ଚାଷୀମାନେ ଏକାଠି ହୋଇ ଶତାଧିକ ଷଣ୍ଢଙ୍କୁ ଜିଲ୍ଲାପାଳଙ୍କ ଜନଶୁଣାଣି କେନ୍ଦ୍ରରେ ପହଞ୍ଚି ବିଭ୍ରାଟ ଘଟାଇଥିଲେ । ଷଣ୍ଢଙ୍କ ଲଢେଇରେ କାର୍ଯ୍ୟାଳୟର ଟେବୁଲ ଚେୟାର ନଷ୍ଟ ହେବା ସହ ସେଠାରେ ଉପସ୍ଥିତ ଥିବା ଅଭିଯୋଗକାରୀ, ଓକିଲ ଓ ଭେଣ୍ଡର ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଦୀର୍ଘ ସମୟ ଧରି ଚାଷୀମାନେ ବିକ୍ଷୋଭ ଜାରି ରଖିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା । ଶେଷରେ ଜିଲ୍ଲାପାଳ ସମର୍ଥ ବର୍ମା ନିଜେ ହସ୍ତକ୍ଷେପ କରି ଚାଷୀଙ୍କୁ ବିଝାସୁଝା କରିବା ସହ ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପ୍ରତିବାଦରୁ ଓହରିଥିଲେ ଆନ୍ଦୋଳନରତ ଚାଷୀ

 

 

Leave A Reply

Your email address will not be published.