ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ସମ୍ମାନିତ ହେଲେ ଗଜପତିର ତିନିଜଣ ଚାଷୀ

ଭୁବନେଶ୍ବର : ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନପାଇଁ ମନୋନୀତ ହୋଇଛନ୍ତି ଗଜପତିର ତିନିଜଣ ଚାଷୀ । ମୋହନା କଦମଚୁଆ ଗାଁର ଉମାକାନ୍ତ ନାୟକ, ପି.ଗୋବିନ୍ଦପୁର ଗାଁର ଉମାକାନ୍ତ ସାହୁ ଓ ଫୁକା ଗାଁର ମାଧବ ବେହେରା ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ଚାଷୀଙ୍କ ଅଭିନବ କୃଷି ଯନ୍ତ୍ରପାତି ଦେଖିବା ସହ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରିଥିଲେ । ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ଗଜପତି ଜିଲ୍ଲା ଉପକୃଷି ନିର୍ଦ୍ଦେଶକ ବିଜୟ କୁମାର ପ୍ରଧାନ ତିନିଜଣ ଚାଷୀଙ୍କୁ ୧୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଚାଷୀଙ୍କର ଏହି ଯନ୍ତ୍ରପାତି ଏକାସାଙ୍ଗରେ ୧୦ ଜଣ ଲୋକଙ୍କ କାମ କରିପାରିବ । ବିହନ ବୁଣିବା, ଚାରା ଲଗାଇବା, ସାର ପ୍ରୟୋଗ କରିବା ଓ ମାଟି ଟେକିବା ଭଳି କାମ କରିପାରିବ । ଏପରି ପଦକ୍ଷେପ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ତିନି ଜଣ ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.