ଅଦିନିଆ ବର୍ଷା ଯିବାର ୧୫ ଦିନ ବିତିଲା, କିନ୍ତୁ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଅଦିନିଆ ବର୍ଷା ଯିବାର ୧୫ ଦିନ ବିତିଯାଇଛି । ହେଲେ ଏବେବି ପାଣିରେ ପଡିରହିଛି ପାଚିଲା ଧାନ । ପାଣିରେ ବୁଡି ରହି ସେଥିରେ ଗଜା ହୋଇ ଗଛ ଉଠିଲାଣି କିନ୍ତୁ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚି ପାରିଲାନି ପ୍ରଶାସନ ।

ରାଜ୍ୟ ସରକାର କ୍ଷୟ କ୍ଷତିର ଭରଣା ପାଇଁ ୨୮୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିବା ପରେ ମଧ୍ୟ ଆଶଙ୍କାରେ ଅସ୍ତରଙ୍ଗ ବ୍ଲକର କ୍ଷତି ସହିଥିବା ଶହ ଶହ ଚାଷୀ । ଉଜୁଡା ଧାନ କ୍ଷେତକୁ ଦେଖିଲେ ମନରେ ଦୁଃଖ ଭରି ଯାଉଛି ଚାଷୀଙ୍କର । ଧାର କରଜ କରି ଚାଷ କରିଥିଲେ । ସବୁ କିଛି ପାଣିରେ ମିଶି ଯାଇଛି । ଚାଷୀମାନେ ଧାନକୁ ବାହାର କରିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି । ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

କହି ରହଖିବାକୁ ଚାହିଁବୁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF  ଫଣ୍ଡରୁ  ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି । ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର  ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ ବୋଲି କୁହାଯାଇଛି ।