କଳାହାଣ୍ଡି: ଧାନ ବିକ୍ରିକୁ ନେଇ ହନ୍ତସନ୍ତ ଚାଷୀ, ଧାନର ଅଭାବୀ ବିକ୍ରି ଅଭିଯୋଗ

କଳାହାଣ୍ଡି: ଧାନ ବିକ୍ରିକୁ ନେଇ ହନ୍ତସନ୍ତ ଚାଷୀ । କଳାହାଣ୍ଡି ଜିଲ୍ଲାର ନର୍ଲା, କର୍ଲାମୁଣ୍ଡା, ଏମ୍‌. ରାମପୁର ବ୍ଲକରେ ଏବେ ପ୍ରାୟ ୪୦ ପ୍ରତିଶତ ଧାନ ଅମଳ ହୋଇସାରିଛି । ନଭେମ୍ବର ୧ ରୁ ଖରିଫ ଧାନ କିଣା ବିକା ପାଇଁ ସରକାର ଘୋଷଣା ମଧ୍ୟ କରିିଛନ୍ତି । ହେଲେ ଏଯାଏ ଖୋଲା ହୋଇନାହିଁ ମଣ୍ଡି । ଫଳରେ ଧାନର ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହା ସହ ଧାର କରଜ କରି ଚାଷ କରିଥିବା ଚାଷୀ ଶ୍ରମିକଙ୍କୁ ମଜୁରୀ ଦେବାରେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏନେଇ ପଚାରିବାରୁ ଆସନ୍ତା ୨୦ ତାରିଖ ସୁଦ୍ଧା ମଣ୍ଡି ଖୋଲାଯିବ ବୋଲି କହିଛନ୍ତି ନର୍ଲା ଯୋଗାଣ ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.