ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍) : ପୁଣି ଦଳିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରାମନାଲି ଠାରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଲୋଧଣୀ ପଞ୍ଚାୟତ ପାଳସାହି ଗାଁର ବାଉରିବନ୍ଧୁ ସାହୁ। ଆଜି ସକାଳେ ସେ ଚାଷ ଜମିକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ। ସେପଟେ ବାରମ୍ବାର ହାତୀ ପଲ ଗାଁରେ ପଶି ଘର ଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ନଷ୍ଟ କରୁଛନ୍ତି। ଗାଁ ନିକଟରେ ହାତୀ ପଲ ଥିବାରୁ ଲୋକେ ।ତଙ୍କିତ ହୋଇ ରହିଛନ୍ତି। ମୃତ ବାଉରୀବନ୍ଧୁଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କ ଉପରେ ନଜର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.