ବିଲରେ ଗଜା ଧାନ ଦେଖି ଜୀବନ ହାରିଲେ ଚାଷୀ ଅଭିଯୋଗ କଲେ ଗ୍ରାମବାସୀ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଚାଷୀ ହାରିଲେ ଜୀବନ । ଏଭଳି କିଛି ଅଭିଯୋଗ ହୋଇଛି । ଉଜୁଡ଼ା ଫସଲ ଦେଖି ଭାଙ୍ଗିପଡିଥିଲେ ଚାଷୀକୁଳ । ଏମିତି ଏକ ଅଘଟଣ ଘଟିଯାଇଛି ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତ ଗାଁ ରେ । ବନମାଳି ପେଣ୍ଠେଇ ନାମକ ଚାଷୀ ଜୀବନ ହରିଦେଇଥିବା ନେଇ ହୋଇଛି ଅଭିଯୋଗ । ଖବର ଅନୁସାରେ ମୃତ ବନମାଳି ଭାଗ ଚାଷ କରି କରିଆସୁଥିଲେ ।
ବହୁ ଧାର କରଜ କରି ଏଥର ଧାନ ଫସଲ କରିଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ତାଙ୍କ ପାଚିଲା ଧାନ । ଯାହାକୁ ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ଧାର କରଜ କିପରି ଶୁଝିବେ ସେ ଚିନ୍ତାରେ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଚଳିତ ବର୍ଷ ପ୍ରାୟ ୫ଏକର ଜମିରେ ଧାନ ଫସଲ ଭାଗ ହିସାବରେ ଚାଷ କରୁଥିଲେ ।
ପ୍ରାୟ ୨ ଲକ୍ଷ ଟଙ୍କା ଅନ୍ୟ ମାନଙ୍କ ଠାରୁ ଧାର କରଜ ଆଣି ଚାଷ କାର୍ଯ୍ୟ ଲଗାଇଥିଲେ । ଏବେ ଚାଷଜମି ଉଜୁଡି ପଡ଼ିଥିବା ଦେଖି ସେ ଜୀବନ ହରିଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହେଇଛି ।