ପଦ୍ମପୁର: ଧାନ ବିକ୍ରିରେ ଅବ୍ୟବସ୍ଥା, ମଣ୍ଡିରେ ତାଲା ପକାଇଲେ ଚାଷୀ

ପଦ୍ମପୁର: ଧାନ ବିକ୍ରିରେ ଅବ୍ୟବସ୍ଥା । ମଣ୍ଡିରେ ତାଲା ପକାଇଲେ ଚାଷୀ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଧାନ ମଣ୍ଡିରେ । ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ୫୦ ହଜାର ବସ୍ତା ଧାନ । ମଣ୍ଡି ଦାୟିତ୍ୱରେ ଥିବା ସମବାୟ ସମିତି, ଆରଏମସି କର୍ମଚାରୀ ଏବଂ ମିଲର ଏଜେଣ୍ଟଙ୍କ ଚକ୍ରାନ୍ତ ଯୋଗୁଁ ଚାଷୀ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ ହୋଇଛି ।

କଟନି ଛଟନି ନ ଦେଲେ ମିଲର ଏଜେଣ୍ଟ ଧାନ ଉଠାଇବା ପାଇଁ ରାଜି ହେଉନାହାନ୍ତି । ଅନ୍ୟପଟେ ଚାଷୀ ମାନେ ମଣ୍ଡିକୁ ଟ୍ରାକ୍ଟର ଭଡାକରି ଧାନ ମଣ୍ଡିକୁ ଆଣୁଛନ୍ତି । ହେଲେ ମଣ୍ଡିରେ ଧାନ ଓହ୍ଲାଉ ନଥିବାରୁ ତିନିରୁ ଚାରି ଦିନ ଧରି ଚାଷୀ ରାସ୍ତା କଡରେ ଧାନ ଟ୍ରାକ୍ଟର ରଖି ଜଗିରହୁଛନ୍ତି । ସେପଟେ ଚାଷୀଙ୍କ ଟୋକନର ବୈଧତା ସରି ଆସୁଛି ।

ଝାରବନ୍ଧ ଧାନ ମଣ୍ଡିର ଏସବୁ ଅବ୍ୟବସ୍ଥା ଯୋଗୁଁ ଗେଟରେ ତାଲା ପକାଇଥିଲେ ଚାଷୀ । ଯେପର୍ଯ୍ୟନ୍ତ ସେମାନଙ୍କ ଧାନ ସୁରୁଖୁରୁରେ ବିକ୍ରି ନହୋଇଛି ସେ ପଯର୍ଯ୍ୟନ୍ତ ତାଲାବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଧାନ ମଣ୍ଡିରେ ଚଳିତ ବର୍ଷ ଧାନ ବିକ୍ରି ପାଇଁ ଏକ ହଜାର ୯୮୮ ଜଣ ଚାଷୀ ପଂଜିକୃତ କରିଛନ୍ତି । ହେଲେ ବର୍ତମାନ ଯାଏଁ କେବଳ ୭୬୮ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.