ଫାଇଭ-ଟି ଅଭିଯାନରେ ‘କୃଷକ ଓଡ଼ିଶା’ ଲୋକାର୍ପିତ, ରାଜ୍ୟରେ କୃଷକଙ୍କ ଡାଟାବେସ୍‌ ପ୍ରସ୍ତୁତ କ୍ଷେତ୍ରରେ ଏହା କାର୍ଯ୍ୟ କରିବ

ଭୁବନେଶ୍ବର: ଫାଇଭ-ଟି ଅଭିଯାନରେ ‘କୃଷକ ଓଡ଼ିଶା’ ଲୋକାର୍ପିତ । ରାଜ୍ୟରେ କୃଷକଙ୍କ ଡାଟାବେସ୍‌ ପ୍ରସ୍ତୁତ କ୍ଷେତ୍ରରେ କାର୍ଯ୍ୟ କରିବ ‘କୃଷକ ଓଡ଼ିଶା’ । ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୭୬ଲକ୍ଷ ଚୀଷୀ କୃଷକ ଡାଟାବେସରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ଼ ଆଶା ବୋଲି ସେବାର ଶୁଭାରମ୍ଭ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥି ସହିତ ସମସ୍ତ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ପ୍ରଦାନ କରାଯିବ । ଏହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ । ୧୦୦ଦିନ ମଧ୍ୟରେ ଡାଟାବେସର ଯାଞ୍ଚ ପ୍ରକ୍ରିୟା ଶେଷ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯିବ । କୃଷକ ଭାଇମାନେ ସରକାର କାର୍ଯ୍ୟାଳୟ ନଆସି ଘରେ ଅନଲାଇନ ଜରିଆରେ ସେବା ପାଆନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.