ଗଞ୍ଜାମ(କେନ୍ୟୁଜ୍) : ବର୍ଷା ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଅମଳ କରୁଛନ୍ତି ଚାଷୀ। ପୁଣି ବର୍ଷା ଆଶଙ୍କା ନେଇ ନିରାଶ ହୋଇପଡିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପାକଲାପଲ୍ଲୀ ଗାଁର ଚାଷୀକୂଳ। ପୂର୍ବରୁ ତିତ୍ଲି ବାତ୍ୟାରେ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଥିଲା ବେଳେ , ଏବେ ଚିନ୍ତାରେ ପଡିଛି ଚାଷୀ।
ତିତଲି ପ୍ରଭାବରେ ଆସିକା ବ୍ଲକ ସମେତ ଏହାର ତଳି ଅଞ୍ଚଳ ପାକଲପଲ୍ଲୀ ଗାଁର ବହୁ ଚାଷ ଜମି ବନ୍ୟାପାଣିରେ ବୁଡି ରହିଥିଲା। ପୁଣି ବର୍ଷା ଆଶଙ୍କା ନେଇ ଅମଳ ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖିବାକୁ ବ୍ଲକ ଅଧିକାରୀ ପରାମର୍ଶ ଦେଇଛନ୍ତି।